
କେନ୍ଦ୍ରାପଡା, ୮ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ହାଟବାଣପୁର (ଝିଙ୍କଡି) ଗ୍ରାମର ମୁଖ୍ୟ ରାସ୍ତାରେ ଥିବା ଜବରଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ, କେନ୍ଦ୍ରାପଡା କେନାଲ ଠାରୁ ଗ୍ରାମ ମଧ୍ୟକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ବସପୁର ପଂଚାୟତ ୩/୪ନଂ ୱାର୍ଡ ଅଧିବାସୀ ନିର୍ଭର କରନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ କେତେ ଲୋକ ରାସ୍ତାକୁ ମାଡି ପାଚେରୀ କରିଥିବା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇଛି । ଏବଂ ପାଚେରୀ ଗୁଡିିକ ଭାଙ୍ଗି ରାସ୍ତା ଉପରେ ପଡୁଛି । ଝିଙ୍କଡି ଗ୍ରାମର ୪୦୦ରୁ ଉର୍ଦ୍ଧ୍ଵ ଲୋକ ଏହି ରାସ୍ତା ଉପରେ ନିର୍ଭର କରି ଦୀର୍ଘ ବର୍ଷ ହେବ ଯାତାୟତ କରୁଛନ୍ତି । ଜବରଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ଡେରାବିଶ ବିଡିଓ ଓ ମାପ ପାଇଁ ଡେରାବିଶ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ନ ମିଳିବାରୁ ବରିଷ୍ଠ ଆଇନଜୀବି ଜିଲ୍ଲାପାଳଙ୍କୁ ଭେଟି ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି