ଡାକ୍ତର ସଞ୍ଜୀବ କୁମାର ଓତା ସମ୍ମାନିତ
କେନ୍ଦୁଝର, 8 ଡିସେମ୍ବର (ହି.ସ.) ନିଉଜ୍ ୧୬ ଏବଂ ଉଦୟ ଇଣ୍ଡିଆ ନୂଆଦିଲ୍ଲୀ ଦ୍ଵାରା ଭୁବନେଶ୍ଵରର ଏକ ତାରକା ହୋଟେଲରେ ବର୍ତ୍ତମାନର ସ୍ବାସ୍ଥ୍ୟ ପରିସ୍ଥିତି ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ମଡେରେଟର ଭାବରେ ଡାକ୍ତର ଶୁଭାଶିଷ ଦାସ କାର୍ଯ୍ୟ ସମ୍ପାଦନା କରିଥିଲେ।କେନ୍ଦୁଝର ଜିଲ୍ଲାର ବରିଷ୍ଠ ଦା
ଡାକ୍ତର ସଞ୍ଜୀବ କୁମାର ଓତା ସମ୍ମାନିତ


କେନ୍ଦୁଝର, 8 ଡିସେମ୍ବର (ହି.ସ.) ନିଉଜ୍ ୧୬ ଏବଂ ଉଦୟ ଇଣ୍ଡିଆ ନୂଆଦିଲ୍ଲୀ ଦ୍ଵାରା ଭୁବନେଶ୍ଵରର ଏକ ତାରକା ହୋଟେଲରେ ବର୍ତ୍ତମାନର ସ୍ବାସ୍ଥ୍ୟ ପରିସ୍ଥିତି ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ମଡେରେଟର ଭାବରେ ଡାକ୍ତର ଶୁଭାଶିଷ ଦାସ କାର୍ଯ୍ୟ ସମ୍ପାଦନା କରିଥିଲେ।କେନ୍ଦୁଝର ଜିଲ୍ଲାର ବରିଷ୍ଠ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା ତାଙ୍କର ସୁଚିନ୍ତିତ ମତ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,ଏମ୍.ଏସ୍.ଏମ୍.ଇ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଯାଜପୁର ଲୋକସଭା ସାଂସଦ ରବିନାରାୟଣ ବେହେରା,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ଉଦୟ ଇଣ୍ଡିଆର ସମ୍ପାଦକ ଦୀପକ କୁମାର ରଥ,ଡାକ୍ତର ଶୁଭାଶିଷ ଦାସ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଡାକ୍ତରଗଣ ଯୋଗ ଦେଇଥିଲେ।ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କୁ ସମ୍ମାନଜନକ ଆଦର୍ଶ ଓଡ଼ିଶା ସମ୍ମାନ ରେ ମୁଖ୍ୟ ଅତିଥି ସୁରେଶ ପୂଜାରୀ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande