ଡକ୍ଟର ସୁମନ୍ତ୍ର ନାଏକଙ୍କ ଗଳ୍ପ ସଂକଳନ ନଗରବଧୂ ଉନ୍ମୋଚିତ
କେନ୍ଦୁଝର, 8 ଡିସେମ୍ବର (ହି.ସ.)ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ଵ ରେ ମିଳନୀ ଭବନ ରେ ଅନୁଷ୍ଠିତ ହେବା ଅବସର ରେ କଥାଶିଳ୍ପୀ ଡକ୍ଟର ସୁମନ୍ତ୍ର ନାଏକଙ୍କ ଗଳ୍ପ ସଂକଳନ ନଗରବଧୂ ଉନ୍ମୋଚି
Sumntra naik book release


କେନ୍ଦୁଝର, 8 ଡିସେମ୍ବର (ହି.ସ.)ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ଵ ରେ ମିଳନୀ ଭବନ ରେ ଅନୁଷ୍ଠିତ ହେବା ଅବସର ରେ କଥାଶିଳ୍ପୀ ଡକ୍ଟର ସୁମନ୍ତ୍ର ନାଏକଙ୍କ ଗଳ୍ପ ସଂକଳନ ନଗରବଧୂ ଉନ୍ମୋଚିତ ହୋଇ ଯାଇଛି।

ପଣ୍ତିତ ରଙ୍ଗାଧର ବେହେରାଙ୍କ ବେଦଧ୍ଵନି ମଧ୍ଯରେ ଅତିଥିମାନେ କେନ୍ଦୁଝର ର ରାଷ୍ଟ୍ରଦେବତା ଶ୍ରୀଶ୍ରୀବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାତାରିଣୀ ଙ୍କ ପ୍ରତିକୃତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।

ସମ୍ପାଦକ କବି ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ସାହିତ୍ୟ ରେ ଶିଶିର ର ପ୍ରଭାବ ଅପ୍ରତିହତ ବୋଲି ମତ ଦେଇଥିଲେ।

ଅଧ୍ୟାପକ ଡକ୍ଟର୍ ତରୁଣ କୁମାର ଗାଙ୍ଗୁଲି ଉନ୍ମୋଚିତ ପୁସ୍ତକ ର ପୁଂଖାନୁପୁଙ୍ଖ ଆଲୋଚନା କରିଥିଲେ।

ପଣ୍ଡିତ ରଙ୍ଗଧର ବେହେରା ଅତିଥିବକ୍ତା ଭାବରେ ଯୋଗଦେଇ ଓଡିଆ ଓ ସଂସ୍କୃତରେ ଶିଶିର ର ପ୍ରଭାବ ସଂପର୍କରେ ସାର ଗର୍ଭକ ଆଲୋଚନା କରିଥିଲେ।

କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ରେ କେନ୍ଦୁଝର ସାହିତ୍ୟ ରେ ଶିଶିର ର ପ୍ରଭାବ ସହିତ କେନ୍ଦୁଝର ର ଗଳ୍ପ ଧାରା ସଂପର୍କ ରେ ସୂଚୀତ କରିଥିଲେ।

କବି ବିରଞ୍ଚି ନାରାୟଣ ସାମନ୍ତରାୟଙ୍କ ସଂଯୋଜନାରେ ମମତା ରାଣୀ ଦାସ, ଇନ୍ଦୁମତି ପାତ୍ର, ଗୀତାରାଣୀ ଦାଶ,ରୁପଶ୍ରୀ ଗନ୍ତାୟତ, ଯଶଶ୍ରୀ ମିଶ୍ର,ରୀତାଞ୍ଜଳି ସାହୁ, ଶୋଭନା ଜେନା,ଚିନ୍ତାମଣି ମହାଳିକ, ଉମାକାନ୍ତ ବେହେରା, ଦେବଦତ୍ତ ଦେହୁରୀ, ମାୟାଧର ନାୟକ, ଭରତ ଚନ୍ଦ୍ର ପାତ୍ର, ମଧୂସୁଦନ ମିଶ୍ର,ପ୍ରାଧ୍ୟାପକ ଜଗନ୍ନାଥ ଜେନା,ମନରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ମହାନ୍ତି, ମନ୍ଦାକିନୀ କର, ଭାବିପ୍ରିୟା ସାହୁ, ଧ୍ରୁବାନନ୍ଦ ରାଉତ,ହରେକୃଷ୍ଣ ବେଜ୍, ଦେବଦର୍ଶନ ଦାଶ, ସ୍ଵାଧୀନଚେତା ଦାସମହାପାତ୍ର ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। କବି ଦେବଦତ୍ତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande