ଟାଟା ପାୱାରର ଖାଉଟି ଲୁଣ୍ଠନ ବିରୋଧରେ ଆନ୍ଦୋଳନ ପାଇଁ ବିଦ୍ୟୁତ ଉପଭୋକ୍ତା ପରିଷଦର ଆହ୍ଵାନ
କୋରେଇ, ୮ ଡିସେମ୍ବର (ହି.ସ.)- ପରୀକ୍ଷାମୂଳକ ଭାବେ ଟାଟା ପାୱାର ପକ୍ଷରୁ ରାଜ୍ୟର କେନ୍ଦ୍ରାଂଚଳରେ ଅତିରିକ୍ତ ସୁରକ୍ଷା ଜମା ସଂଗ୍ରହ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନ୍ୟ ତିନୋଟି ଜୋନରେ ମଧ୍ୟ ଏହାକୁ ଲାଗୁ କରାଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯେତେବେଳେ ଚାରିବର୍ଷ ଧରି ବିଦ୍ୟୁତ ଦର ବୃଦ୍ଧ
ଟାଟା ପାୱାରର ଖାଉଟି ଲୁଣ୍ଠନ ବିରୋଧରେ ଆନ୍ଦୋଳନ ପାଇଁ ବିଦ୍ୟୁତ ଉପଭୋକ୍ତା ପରିଷଦର ଆହ୍ଵାନ


କୋରେଇ, ୮ ଡିସେମ୍ବର (ହି.ସ.)- ପରୀକ୍ଷାମୂଳକ ଭାବେ ଟାଟା ପାୱାର ପକ୍ଷରୁ ରାଜ୍ୟର କେନ୍ଦ୍ରାଂଚଳରେ ଅତିରିକ୍ତ ସୁରକ୍ଷା ଜମା ସଂଗ୍ରହ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନ୍ୟ ତିନୋଟି ଜୋନରେ ମଧ୍ୟ ଏହାକୁ ଲାଗୁ କରାଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯେତେବେଳେ ଚାରିବର୍ଷ ଧରି ବିଦ୍ୟୁତ ଦର ବୃଦ୍ଧି ହୋଇନାହିଁ ଅତିରିକ୍ତ ସୁରକ୍ଷା ଜମାର ପ୍ରଶ୍ନ ଉଠେନା ବରଂ ହିସାବ କିତାବରେ ଚଂଚକତା କରି ଟାଟା ପାୱାରର ଚାରୋଟି ଯାକ ବିଦ୍ୟୁତ ବିତରକ କମ୍ପାନୀ ଉପଭୋକ୍ତାଙ୍କ ପାଖରୁ କୋଟି କୋଟି ଟଙ୍କା ଲୁଟ କରିଛନ୍ତି । ସୁରକ୍ଷା ଜମା ଧାର୍ଯ୍ୟ କଲାବେଳେ ୧୨ମାସ ବଦଳରେ ୧୩ ମାସର ବିଲକୁ ମିଶାଇ ସେଥିରୁ ଦୁଇ ମାସର ହାରାହାରି ବାହାର କରାଯାଇ ଏହି ଚଂଚକତା କରାଯାଇଛି । ଟାଟା ପାୱାରର ଖାଉଟି ଲୁଣ୍ଠନ କାରବାର ବିଦ୍ୟୁତ ନିୟାମକ ଆୟୋଗ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଥିଲେ ମଧ୍ୟ ସେମାନେ ଏହାର ପ୍ରତିକାର କରିନାହାନ୍ତି । କିମ୍ବା ବିଦ୍ୟୁତ ଗ୍ରାହକ ମାନଙ୍କ ପକ୍ଷରୁ ଅନ୍ୟାୟ ଭାବେ ଅସୁଲ କରାଯାଇଥିବା ଅର୍ଥ ସେମାନଙ୍କୁ ଫେରସ୍ତ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । ଉତର ଓଡିଶା ଜୋନରେ ଅତିରିକ୍ତ ସୁରକ୍ଷା ଜମା ଲାଗୁ ନକରିବା ପାଇଁ ଓ ଗତ ବର୍ଷ ଠକାମୀ ଜରିଆରେ ଗ୍ରାହକମାନଙ୍କ ନିକଟରୁ ଅସୁଲ କରାଯାଇଥିବା ଅର୍ଥ ସେମାନଙ୍କୁ ଫେରସ୍ତ ଦେବାପାଇଁ ଉତର ଓଡିଶା ବିଦ୍ୟୁତ ଉପଭୋକ୍ତା ପରିଷଦ ପକ୍ଷରୁ ଦାବି କରାଯାଇଛି । ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ୍ତ ପଣ୍ଡା ଓ ଆବାହକ ସନ୍ତୋଷ ଦାସଙ୍କ ସମେତ ସର୍ବଶ୍ରୀ ଭାଗବତ ପ୍ରତିହାରୀ, ଗୌରାଂଗ ପାଣିଗ୍ରାହୀ, ଶିଶିର ହୁଇ, ନିର୍ମଳ ନାୟକ, ମୃତ୍ୟୁଂଜୟ ବେହେରା, ଦୈତାରୀ ଆପଟ, ଦିବ୍ୟସିଂହ ନାୟକ, ପ୍ରହଲ୍ଲାଦ ପତି, ଅଗଣୀ ଜେନା, ପ୍ରଫୁଲ୍ଲ ନାୟକ ଓ ସଦାଶିବ ଦାସ ପ୍ରମୁଖ ଉପରୋକ୍ତ ଦାବି ଜରାିବା ସହିତ ଟାଟା ପାୱାର ଖାଉଟି ମୂଳକ ଲୁଣ୍ଡନ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଆହ୍ୱାନ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande