ଆଛାଦନ ପ୍ରଣାଳୀରେ ଲଙ୍କା ଚାଷ କରି ସଫଳତା ପାଇଛନ୍ତି ନେପାଳ ପ୍ରଧାନ
ବଲାଙ୍ଗିର, ୮ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗୀର ଜିଲ୍ଲାର ଶେଷ ଗ୍ରାମ ତଥା ସୀମାନ୍ତ ବର୍ତ୍ତି ଅଞ୍ଚଳର ଗ୍ରାମ ସାରଥିମୁଣ୍ଡା ଗାଁର ଜଣେ କ୍ଷୁଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ନେପାଳ ପ୍ରଧାନ, ଯିଏକି ଆଚ୍ଛାଦନ ପ୍ର
ଆଛାଦନ ପ୍ରଣାଳୀରେ ଲଙ୍କା ଚାଷ କରି  ସଫଳତା ପାଇଛନ୍ତି ନେପାଲ ପ୍ରଧାନ!


ଆଛାଦନ ପ୍ରଣାଳୀରେ ଲଙ୍କା ଚାଷ କରି  ସଫଳତା ପାଇଛନ୍ତି ନେପାଲ ପ୍ରଧାନ!


ବଲାଙ୍ଗିର, ୮ ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗୀର ଜିଲ୍ଲାର ଶେଷ ଗ୍ରାମ ତଥା ସୀମାନ୍ତ ବର୍ତ୍ତି ଅଞ୍ଚଳର ଗ୍ରାମ ସାରଥିମୁଣ୍ଡା ଗାଁର ଜଣେ କ୍ଷୁଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ନେପାଳ ପ୍ରଧାନ, ଯିଏକି ଆଚ୍ଛାଦନ ପ୍ରଣାଳୀରେ ୩୦ ଡିସିମିଲ ଜମିରେ ପରୀକ୍ଷାମୂଳକ ଭାବେ ଲଙ୍କା ଚାଷ କରି ସଫଳତାର ଉଦାହରଣ ସାଜିଛନ୍ତି।

ନେପାଳ ପ୍ରଧାନଙ୍କ ପରିବାର କହିଲେ ସ୍ତ୍ରୀ, ପୁଅ ସମେତ ୩ ଜଣ ଅଛନ୍ତି। ଜମି କହିଲେ ଆଟ ଜମି ୧.୫୦ ଏକର, ମାଳ ୧ ଏକର ମୋଟ ୨.୫୦ ଏକର। ନେପାଳଙ୍କ ପରିବର୍ତ୍ତନ : ଦେବଦତ୍ତ କ୍ଲବ, କେନ୍ଦୁଭଟା ତରଫରୁ ତାଲିମ ଗ୍ରହଣରୁ ଆରମ୍ଭ, ତାଲିମରେ ଜଳ ପରିଚାଳନା, ମଲ୍ଚିଂ ବା ଆଛାଦନ ପ୍ରଣାଳୀର ଚାଷ , ବୁନ୍ଦା ଜଳସେଚନ ଏବଂ ଜୈବିକ କୀଟ ନିୟନ୍ତ୍ରଣ ଉପରେ ତାଲିମ ଗ୍ରହଣ କରିଥିଲେ। ତାଲିମ ଗ୍ରହଣ ପରେ ସେ ୧୫୧ କିସମ ଲଙ୍କା ମଞ୍ଜି କିଣି ଚାରା ପ୍ରସ୍ତୁତ କରିଥିଲେ। ପରୀକ୍ଷାମୂଳକ ଭାବେ ୩୦ ଡିସିମିଲ ଜମିକୁ ହଳ କରି ଆଛାଦନ ପ୍ରଣାଳୀରେ, ଜୈବିକ ପ୍ରଣାଳୀରେ ଲଙ୍କା ଚାଷକୁ ଆପଣେଇଥିଲେ।

ଜମିକୁ ହିଡ କରି ମଲ୍ଚିଂ ପ୍ରଣାଳୀ ତଥା ଆଛାଦନ ପ୍ରଣାଳୀ ବା ମାଟିକୁ ଘୋଡେଇ ଥିଲେ ଲଙ୍କା ଫଳ ଚାଷ କରି ବୁନ୍ଦା ଜଳ ସେଚନକୁ ଆପଣେଇଥିଲେ। ଏହି ଆଛାଦନ ପ୍ରଣାଳୀରେ ଅନାବନା ଘାସ ହୁଏ ନାହିଁ, ସାର, ଖତ, ପାଣି, କୀଟନାଶକ ଔଷଧ ଯେତିକି ଦିଆଯାଏ ସବୁ ଗଛ ଟାଣି ନେଇଥାଏ, ଯାହା ଫଳରେ ଗଛ ହୃଷ୍ଟ ପୃଷ୍ଟ ହୋଇଥାଏ। ଏହି ଲଙ୍କା ଚାଷରେ ୩୦ ଡିସିମିଲରୁ ବର୍ତ୍ତମାନ ସୁଦ୍ଧା ଆୟ ୫୦ ହଜାର ରୋଜଗାର କରିଛନ୍ତି। ଆଗକୁ ଆହୁରି ଆୟ ହେବ ବୋଲି ନେପାଳ କହିଛନ୍ତି। ଏହି ପ୍ରଣାଳୀରେ ଚାଷ କରି ଅନାବନା ଲଟା ବୁଦା ଦାଉରୁ ରକ୍ଷା ପାଇବା ସହିତ ଅଧିକ ଆୟ, କମ୍ ଖର୍ଚ୍ଚ, ସୁସ୍ଥ ଫସଲ, ଅଧିକ ଅମଳ ହେବା ସହ ଅଧିକ ଫଳ ସଂଗ୍ରହ ହୋଇପାରିଛି। ନେପାଳ ଏବେ ସ୍ଥାୟୀ କୃଷି ଗ୍ରହଣ କରୁଥିବା ସହ କୃଷକମାନଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande