ଡଙ୍ଗରଛିଞ୍ଚିରେ ଅଭିଯୋଗ ଶୁଣାଣି ଶିବିର
ଜୟପୁର, ୮ ଡିସେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଞ୍ଚି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟା ସମୟରେ ଶେଷ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ବିଡିଓ ଶକ୍ତି ମହାପାତ୍ର , ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ
ଡଙ୍ଗରଛିଞ୍ଚି ରେ ଅଭିଯୋଗ ଓ ଜନ ଶୁଣାଣି   ଶିବିର


ଜୟପୁର, ୮ ଡିସେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଞ୍ଚି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଶିବିର ଆଜି ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟା ସମୟରେ ଶେଷ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ବିଡିଓ ଶକ୍ତି ମହାପାତ୍ର , ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ସିଡିପିଓ କାଞ୍ଚନ ପଣ୍ଡାଙ୍କ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ସୋଲାର ଯୋଗେ ଜଳ ଯୋଗାଣ, ଅଙ୍ଗନବାଡି କେନ୍ଦ୍ରର ମରାମତି, ପଶୁ ଚିକିତ୍ସା କେନ୍ଦ୍ରର ନୂତନ କୋଠା ଆଦି ଅଭିଯୋଗ କରିଥିଲେ । ଏହା ସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ସଚେତନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande