
କେନ୍ଦ୍ରାପଡା, ୮ ଡିସେମ୍ବର (ହି.ସ.)- ଚଳିତ ଡିସେମ୍ବର ମାସ ପାଇଁ ରାଜସ୍ବ ସଂକ୍ରାନ୍ତିୟ ଅଭିଯୋଗ ଶୁଣାଣି ଶିବିର ନିମିନ୍ତେ କାର୍ଯ୍ୟସୂଚୀ ଜାରୀ ହୋଇଛି।
ସୂଚନାଯୋଗ୍ୟ,୧୦ ତାରିଖରେ ରାଜନଗର ଏବଂ ଆଳି ତହସିଲ, ୧୨ ତାରିଖରେ ଗରଦପୁର ତହସିଲ, ୧୭ ତାରିଖରେ କେନ୍ଦ୍ରାପଡ଼ା ଏବଂ ରାଜକନିକା, ୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ, ୨୪ ତାରିଖ ଦିନ ଡେରାବିଶ ଏବଂ ମହାକାଳପଡା ତହସିଲ ଏବଂ ୨୬ ତାରିଖ ଦିନ ମାର୍ଶାଘାଇ ତହସିଲ ଠାରେ ପୂର୍ବାହ୍ନ ୧୦ଟା ୩୦ ରୁ ଦିନ ୧ଟା ପର୍ଯ୍ୟନ୍ତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବ। ରାଜସ୍ବ ସଂକ୍ରାନ୍ତୀୟ କୌଣସି ଵି ଅଭିଯୋଗ ଥିଲେ ଉକ୍ତ ଦିନ ନିକଟସ୍ଥ ତହସିଲ କାର୍ଯ୍ୟ।ଳୟକୁ ଆସି ଅଭିଯୋଗ ପତ୍ର ଦାଖଲ କରିପାରିବେ। ଅଭିଯୋଗ ଶୁଣାଣି ମାନଙ୍କରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ନବକୃଷ୍ଣ ଜେନା ଏବଂ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଉପସ୍ଥିତ ରହି ଲୋକଙ୍କ ରାଜସ୍ବ ଅଭିଯୋଗର ସମାଧାନ କରିବେ।
ହିନ୍ଦୁସ୍ଥାନ ସମାଚାର / ରବି