
ଜୟପୁର, ୮ ଡିସେମ୍ବର (ହି.ସ.)-ଜୟପୁର ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଜୟପୁର ଗାୟତ୍ରୀ ପରିବାର ବ୍ଲକ ପରିଚାଳନା କମିଟି ପ୍ରମୁଖ ଶ୍ରୀ ଗଙ୍ଗାଧର ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଶାନ୍ତିକୁଞ୍ଜ ତତ୍ତ୍ଵାବଧାନରେ ହରିଦ୍ଵାର ଠାରୁ ଆସିଥିବା ଦିବ୍ୟ ଜ୍ୟୋତି କଳସ ରଥ କୁ ଜୟପୁର ଗାୟତ୍ରୀ ପରିବାର ମୁଖ୍ୟ ଟ୍ରଷ୍ଟି ଜିଲ୍ଲା ସପ୍ତ ସୁତ୍ରୀ କାର୍ଯକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହିଙ୍କ ସଭାପତିତ୍ବରେ ୨ଦିନ ବ୍ୟାପୀ ବ୍ଲକର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ମା ଗାୟତ୍ରୀଙ୍କ ଦିବ୍ୟ ପ୍ରେରଣାକୁ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ଅଭିସିଞ୍ଚନ କରାଇ ଜନ ଜାଗରଣ ଓ ରାଷ୍ଟ୍ରୀୟ ଏକତା ଭାବକୁ ଜାଗ୍ରତ କରିବା ଓ ପରମ ପୂଜ୍ୟ ଗୁରୁ ଦେବ ବେଦ ମୂର୍ତ୍ତି, ତପନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ସଂକଳ୍ପକୁ ସାକାର କରିବା ନିମିତ୍ତ ବ୍ରାହ୍ମଣୀ ଗାଁ, ଟାଙ୍କୁଆ, ଡିମଲା, ତୁରୁଡ଼ିପୁଟ, ବାଗ୍ରା, ଯୋଗିପୁଟ, ଭଟ୍ଟା ଛିଞ୍ଚି , ଯବାକନାଡି, ପା ତ୍ରପୁଟ ଠାରେ ଗ୍ରାମ ବାସି ଗଣ ଭବ୍ୟ ସ୍ଵାଗତ କରିଥିଲେ। ଶେଷରେ ଭଟ୍ଟାଛିଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଡଙ୍ଗରଛିଞ୍ଚି ଠାରେ ସ୍ଥାନୀୟ ସରପଞ୍ଚ କମଲ ଲୋଚନ ଗାଦବା, ମେମ୍ବର ପ୍ରମିଳା ଗାଦବା, କୁଳଧର ଗାଦବା ଓ ଗ୍ରାମବାସୀଙ୍କ ଦ୍ଵାରା ଶତାଧିକ ଦୀପ ପ୍ରଜ୍ବଳନ କରି ଦୀପ ମହାଯଜ୍ଞ ଗ୍ରାମବାସୀ ଆୟୋଜନ କରିଥିଲେ । ଦୀପ ମହାଯଜ୍ଞର ପରିଚାଳନା ମମତା ମିଶ୍ର, ରଶ୍ମିତା ଶିଓ, ମମତା ପାଣିଗ୍ରାହି, ଶୁଭଶ୍ରୀ ପାଣିଗ୍ରାହି, ପ୍ରଜ୍ଞା ପରୀମିତା ପାଣିଗ୍ରାହି କରିଥିଲେ ।ଦ୍ଵିତୀୟ ଦିନ ଉକ୍ତ ରଥ କୁନ୍ଦୁରା ବ୍ଲକର ପ୍ରମୁଖ ପ୍ରଭାକର ମିଶ୍ର ଓ ସହ ପ୍ରମୁଖ ପ୍ରଫୁଲ୍ଲ ଆଚାର୍ଯ୍ୟ, ବଦ୍ରି ନାରାୟଣ ଆଚାର୍ଯ୍ୟ, ସନ୍ତୋଷ ସାବତଙ୍କ ସହଯୋଗରେ କୁନ୍ଦୁରା, ନଡିଆଲପାଲ୍ଲୀ, ବରଗାଁ, ବାରିଆଗୁଡା, ତାରାପୁଟ, ମାଝୀଗୁଡ଼ା, ଭାଟିଗୁଡ଼ା, ଲାଛନା ଗୁଡା, ଗୁନ୍ଦାଲ, ପାଣ୍ଡିପାଣି, ଲିମ୍ମା, ସାଗର ଗୁଡା, କୁନ୍ଦୁରା ଭ୍ରମଣ କରି ମାତା ଭଗବତୀ ଦେବୀଙ୍କ ୧୦୦ ବର୍ଷ ଜନ୍ମଶତାବ୍ଦି ପୂର୍ତ୍ତି ଉପଲକ୍ଷ ମା ଗାୟତ୍ରୀଙ୍କ ଦିବ୍ୟ ପ୍ରେରଣା ଓ ଶକ୍ତି ସଂଚାର କରି ଜୟପୁର ସହରକୁ ଫେରିଥିଲା। ଇତି ମଧ୍ୟରେ ସମସ୍ତ ଗ୍ରାମରେ ଅଖଣ୍ଡ ଭାରତବର୍ଷର ୨୪୦୦ ତୀର୍ଥ ର ରଜ ଓ ଜଳକୁ ନେଇ ଆସିଥିବା ରଥକୁ ଦର୍ଶନ କରି ଲୋକଙ୍କ ମଧ୍ୟରେ ଆନନ୍ଦ ଉତ୍ସାହର ଅଶ୍ରୁ ଝରୁଥିବା ବେଳେ ଲିମା ଆଶ୍ରମ ସ୍କୁଲ୍ ର ସେବିକା ସଂଯୁକ୍ତା ଦାସଙ୍କ ସହାୟତାରେ ଛାତ୍ରୀ ମାନେ ଗାୟତ୍ରୀ ମହମନ୍ତ ଉଚ୍ଚାରଣ କରି ବିଶେଷ ଉତ୍ସାହ ପ୍ରଦର୍ଶିତ କରିଥିଲେ । ଏହି ରଥର ସାରଥି ରଞ୍ଜନ କୁମାର ଚିନ୍ଦା, ସହଯୋଗୀ ଲବ ହାତୀ ବିଶେଷ ଆନନ୍ଦରେ ୨ ଦିନ ବ୍ୟାପି ରଥକୁ ସୂପରିଚାଳିତ କରିଥିଲେ । ଏଥିରେ ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜିକା ଋତୁମ୍ବରା ପାତ୍ର, ସଭାପତି ଅନିଲ ଦାସ, ଗୋପାଳ ପାତ୍ର, ପବିତ୍ର ଜେନା, ଅବତାର ନରସିଂହ ପଣ୍ଡା, ସରସ୍ୱତୀ ପରିଛା, ସବିତା ପଣ୍ଡା, ବାସନ୍ତୀ ସାହୁ, ଦୋରା ଭାଇ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଏବିଭିପି ସଭାପତି ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ସତ୍ୟ ନାରାୟଣ ପାତ୍ର, ରତନ ସାହୁ, ଶ୍ରୀୟା ଦାସ, ରାଜେଶ୍ୱରି ସାହୁ, ମମତା ସାହୁ, ସୁରେଶ ସାହୁଙ୍କ ଏଥିରେ ବିଶେଷ ଯୋଗଦାନ ରହିଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି