
ଗଞ୍ଜାମ, ୮ ଡିସେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଦାର ଉପକାରିତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, ଶୀତଦିନେ ଅଦାର ଆବଶ୍ୟକତା ଅଧିକ। ଦଶ ଗ୍ରାମ ଅଦା ରସ, କଞ୍ଚାଅଦା କିମ୍ବା ଘିଅ ସହ ଭାଜି ଗୁଡ଼ ସୈନ୍ଧବ ଲୁଣ ସହ ଖାଇଲେ ହାତ ପାଦରୁ ଚର୍ମ ଛାଡିବା, ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ, ଅରୁଚି, ଆମବାତ, କଫ, ଶ୍ଵାସ, ଗଳାରୋଗ, ରକ୍ତହୀନତା, ଶୋଥ, ହୃଦୟ ରୋଗ, ଆଲର୍ଜି, ଅଦାରସ ଅଳ୍ପ ଗରମ କରି କାନରେ ପକାଇଲେ କର୍ଣ୍ଣ ଟଣା ଭଲ ହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ। ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ