ମାଲକାନଗିରି ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା : ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ
ମାଲକାନଗିରି, ୮ ଡିସେମ୍ବର (ହି.ସ.)- ଗତକାଲି ହଜାର ହଜାର ସଂଖ୍ୟାରେ ଆଦିବାସୀ ଲୋକ ଏମଭି-୨୬ ଗ୍ରାମ ଜାଳିଥିବା ଯୋଗୁଁ ଆଜି ମାଲକାନଗିରି ଠାରେ ବଙ୍ଗୀୟ ସମାଜର ୧୦,୦୦୦ ରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ବିଭିନ୍ନ ନାରା ଦେଇଛନ୍ତି। ମାଲକାନଗିରି ସ୍ଥିତ ଏମଭି-୩ ଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲ
ମାଲକାନଗିରି ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା : ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ


ମାଲକାନଗିରି, ୮ ଡିସେମ୍ବର (ହି.ସ.)- ଗତକାଲି ହଜାର ହଜାର ସଂଖ୍ୟାରେ ଆଦିବାସୀ ଲୋକ ଏମଭି-୨୬ ଗ୍ରାମ ଜାଳିଥିବା ଯୋଗୁଁ ଆଜି ମାଲକାନଗିରି ଠାରେ ବଙ୍ଗୀୟ ସମାଜର ୧୦,୦୦୦ ରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ବିଭିନ୍ନ ନାରା ଦେଇଛନ୍ତି। ମାଲକାନଗିରି ସ୍ଥିତ ଏମଭି-୩ ଠାରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବଙ୍ଗାଳି ସମ୍ପ୍ରଦାୟ ବିରୁଦ୍ଧରେ ହେଉଥିବା ଅତ୍ୟାଚାରକୁ ନେଇ କାହିଁକି ଜିଲ୍ଲା ଏବଂ ପୋଲିସ ପ୍ରଶାସନ ଚୁପ ରହିଛି ବୋଲି ସେନେଇ ଅଭିଯୋଗ କରିଥିଲେ। ସେମାନଙ୍କ ସୁରକ୍ଷା ଦାବିରେ ଏହି ବିଶାଳ ରାଲି ଆୟୋଜିତ କରିଥିବା ସୂଚନା ମିଳିଛି। ଅନ୍ୟପଟେ ଏମଭି-୨୬ ଗ୍ରାମରେ ଆଜି ଦିନ ୧୧ଟା ସମୟରେ ପୁନଃ କିଛି ସମୟ ପାଇଁ ରାଖେଲଗୁଡା ଏବଂ ଏହାର ଆଖପାଖ ଅଞ୍ଚଳର ୫୦୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଜୋର ଜବରଦସ୍ତ ଗ୍ରାମରେ ପଶି ସମସ୍ତ ଘର ନିଆଁ ଲଗାଇ ଦେଇଥିଲେ। ସମସ୍ତ ଆସବାବପତ୍ର ଭଙ୍ଗାରୁଜା ସହ ଜାଳି ଦେଇଥିଲେ। ଗତକାଲି ବର୍ତି ଯାଇଥିବା ଘର ଗୁଡିକୁ ଆଜି ନିଆଁ ଲଗାଇ ଦେଇଥିଲେ। ସମସ୍ତ ଆସବାବପତ୍ର ଭଙ୍ଗାରୁଜା ସହ ଜାଳି ଦେଇଥିଲେ। ଗ୍ୟାସ ସିଲିଣ୍ଡର ଫାଟି କିଛି ଘରର ଛାତ ମଧ୍ୟ ଭୁଷୁଡି ପଡିଛି। ଘଟଣାସ୍ଥଳରେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଗ୍ରାମରେ କୌଣସି ଲୋକେ ନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି। ତେବେ କିଛି ସମୟ ଜଳାପୋଡା କରିବା ପରେ ପୁନଃ ଫେରି ଯାଇଥିଲେ ଉତ୍ୟକ୍ତ ହୋଇଥିବା ଗ୍ରାମବାସୀ। ଘଟଣାସ୍ଥଳରେ ବିଜେଡି ନେତା ପ୍ରଦୀପ ମାଝୀ ପହଁଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏମଭି-୨୬ ଗ୍ରାମ ପରିଦର୍ଶନ କରିଥିଲେ। ଯାହା ଘଟିଯାଇଛି ତାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନ ଯଦି ସଠିକ ପଦକ୍ଷେପ ନେଇଥାନ୍ତେ ତେବେ ଆଜି ଏହିଭଳି ସ୍ଥିତି ଉପୁଜି ନ ନଥାନ୍ତା ବୋଲି ପ୍ରକାଶ କରିଛନ୍ତି। ଏହା ସହ ମହିଳାଙ୍କ ମୃତ୍ୟ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିଥାନ୍ତେ। କିନ୍ତୁ ପୋଲିସ ପ୍ରଶାସନକୁ ଗ୍ରାମକୁ ପଠାଇ ସରକାର ତଦନ୍ତକୁ ଗୁରୁତ୍ବ ଦେଇନଥିବାରୁ ଆଜି ଏପରି ସ୍ଥିତି ଉପୁଜିଛି। ଆଗକୁ ଯଦି ପୋଲିସ ପ୍ରଶାସନ ଏବଂ ସରକାର ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଆଗକୁ ଯାହା ହେବ ସେଥିପାଇଁ ସରକାର ଦାୟୀ ରହିବେ। ଘଟଣାସ୍ଥଳରେ ସ୍ଥିତିକୁ ଆୟତ୍ତ ପରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ପହଁଚି ସ୍ଥିତିର ତଦାରଖ କରିଛନ୍ତି। ଉତ୍ୟକ୍ତ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ୪ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ଆଜି ସନ୍ଧ୍ୟା ୬ଟା ରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande