ରାଜଯୋଗିନୀ ଡ. କମଲେଶ ଦିଦିଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ
କେନ୍ଦୁଝର, 8 ଡିସେମ୍ବର (ହି.ସ.) କେନ୍ଦୁଝର ପୁରୁଣା ସହର ରାଜ ଉଆସ ନିକଟସ୍ଥ ସୁଖ ଶାନ୍ତି ସରୋବର ପରିସରରେ ବ୍ରହ୍ମାକୁମାରିଜ କଟକ ସବ୍‌ ଜୋନର ନିର୍ଦ୍ଦେଶିକା ସ୍ନେହମୟୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଡ. କମଳେଶ ଦିଦିଜୀଙ୍କ ସ୍ମରଣାର୍ଥେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
Kamles didi condolences metting


କେନ୍ଦୁଝର, 8 ଡିସେମ୍ବର (ହି.ସ.)

କେନ୍ଦୁଝର ପୁରୁଣା ସହର ରାଜ ଉଆସ ନିକଟସ୍ଥ ସୁଖ ଶାନ୍ତି ସରୋବର ପରିସରରେ ବ୍ରହ୍ମାକୁମାରିଜ କଟକ ସବ୍‌ ଜୋନର ନିର୍ଦ୍ଦେଶିକା ସ୍ନେହମୟୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଡ. କମଳେଶ ଦିଦିଜୀଙ୍କ ସ୍ମରଣାର୍ଥେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଉତ୍କଳ ଭୂମିରେ ଈଶ୍ୱରୀୟ ଜ୍ଞାନର ଭଗୀରଥ ଭାବେ ରାଜଯୋଗିନୀ ଡ. କମଲେଶ ଦିଦି ବିବେଚିତ ହେଉଥିଲେ। ସ୍ନେହ ଓ ମୈତ୍ରୀର ମୂର୍ତ୍ତିମନ୍ତ ପ୍ରତୀକ କମଲେଶ ଦିଦିଙ୍କ ଇହଧାମ ତ୍ୟାଗ ପରେ ଭାରତବର୍ଷର ପ୍ରତ୍ୟେକ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କେନ୍ଦ୍ର ମାନଙ୍କରେ ତାଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ କରା ଯାଉଥିଲା ବେଳେ ରବିବାର ପାଞ୍ଚଶହରୁ ଉର୍ଦ୍ଧ୍ଵ ବ୍ରହ୍ମାକୁମାରୀ ଭାଇ ଭଉଣୀ ମାନେ ସୁଖଶାନ୍ତି ସରୋବରରେ ଏହି ସ୍ମୃତିଚାରଣ ସଭାରେ ଡ. କମଲେଶ ଦିଦିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ କେନ୍ଦୁଝର କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ରାଜସ୍ଥାନର ଜାଲୋର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ରାଜଯୋଗିନୀ ରଞ୍ଜୁ, ମାଉଣ୍ଟଆବୁ ସ୍ଥିତ ମୁଖ୍ୟାଳୟର ବିକେ ହରି ଭାଇ, କେନ୍ଦୁଝର କେନ୍ଦ୍ର ସହ ସଞ୍ଚାଳିକା ବିକେ ପ୍ରତିଭା ଭଉଣୀ, ଧରଣୀଧର ବିଶ୍ୱବିଦ୍ୟାଳୟର କୂଳସଚିବ ବ୍ରହ୍ମାକୁମାରୀ ପ୍ରତିଭା ପୃଷ୍ଟି, ମୁକୁନା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଜୟନ୍ତୀ ଥାଟୋଇ, ପାଟଣା କେନ୍ଦ୍ରର ବିକେ ସଞ୍ଜୁ ଭଉଣୀ, ସାନ ନେଉଳି ଲଳିତା ଭଉଣୀ, ଜାଲୋର ସହ ସଞ୍ଚାଳିକା, ବିକେ ମିନତୀ, ବିକେ ପିଙ୍କି, ବିକେ ମିକୁ, ବିକେ ରୁନୁ ପ୍ରମୁଖ ଯୋଗଦେଇ କମଲେଶ ଦିଦିଙ୍କ ସହ ସେମାନଙ୍କ ସ୍ମୃତି ବିଷୟରେ ଆଲୋକପାତ କରିଥିଲେ। ଡ. କମଲେଶ ଦିଦିଙ୍କ ସମାଜପ୍ରତି ମହାନ ସେବା ଓ ତ୍ୟାଗ ବିଷୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଲୋଚନା କରା ଯାଇଥିଲା। ଏହି ଉପଲକ୍ଷେ ଦିଦିଙ୍କ ଉଦ୍ଦେଶ୍ୟରେ ଏକ ବ୍ରହ୍ମାଭୋଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦୁଝର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଜିଲାର ଅନେକ ବ୍ରହ୍ମାକୁମାରୀ ଭାଇଭଉଣୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିକେ ଅକ୍ଷୟ ଭାଇ, ବିକେ ଲୋକନାଥ ଭାଇ, ବିକେ ଝରିଲାଲ, ବିକେ ପ୍ରଫୁଲ୍ଲ ମହାନ୍ତ, ବିକେ କୁଳମଣି, ବିକେ କୃତ୍ତିବାସ, ବିକେ ଘନଶ୍ୟାମ, ସୁପାଇ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande