ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ସ୍ୱାଭାବିକ
ସମ୍ବଲପୁର, ୦୮ ଡିସେମ୍ବର(ହି.ସ.) – ସମ୍ବଲପୁରରେ ଗତ ୨ ତାରିଖରୁ ଭାବେ ଆରମ୍ଭ ହୋଇଛି। ତେବେ କେତେକ ସ୍ଥାନରେ ମିଲର୍ସଙ୍କ ଦୌରାତ୍ମ୍ୟରୁ ଚାଷୀଙ୍କୁ ହତା ହେବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ବିଶେଷ କରି ମିଲର୍ସଙ୍କ କଟ୍ନି ଛଟ୍ନୀ ଭଳି ଶୋଷଣରେ ଚାଷୀକୂଳ ଅତିଷ୍ଠ ପ୍ରାୟ। ତେବେ କେତେକ ସ୍ଥାନରେ ଚାଷୀ
ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ସ୍ୱାଭାବିକ


ସମ୍ବଲପୁର, ୦୮ ଡିସେମ୍ବର(ହି.ସ.) – ସମ୍ବଲପୁରରେ ଗତ ୨ ତାରିଖରୁ ଭାବେ ଆରମ୍ଭ ହୋଇଛି। ତେବେ କେତେକ ସ୍ଥାନରେ ମିଲର୍ସଙ୍କ ଦୌରାତ୍ମ୍ୟରୁ ଚାଷୀଙ୍କୁ ହତା ହେବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ବିଶେଷ କରି ମିଲର୍ସଙ୍କ କଟ୍ନି ଛଟ୍ନୀ ଭଳି ଶୋଷଣରେ ଚାଷୀକୂଳ ଅତିଷ୍ଠ ପ୍ରାୟ। ତେବେ କେତେକ ସ୍ଥାନରେ ଚାଷୀ ବାଧ୍ୟ ହୋଇ ଏଥିରେ ସାଲିସ କରିବାକୁ ବାଧ୍ୟ ହେଉଥିବା ବେଳେ ଚାଷୀ ଏହାର ପ୍ରବଳ ବିରୋଧ ମଧ୍ୟ କରୁଛନ୍ତି। ଏଭଳି ଏକ ଘଟଣା କ୍ରମରେ ସୋମବାର ଚାଉଁରପୁର ପିଏସିଏସରେ ପଞ୍ଜିକୃତ ଚାଷୀମାନେ ଧାନ ବିକ୍ରୟ ପାଇଁ ପାଇଥିବା ଟୋକନ ଅନୁସାରେ ଧାନ ବୋଝେଇ କରି ଗାଡ଼ି ସହିତ ସମ୍ବଲପୁର ଉପକଣ୍ଠ ଚାଉଁରପୁର ପ୍ରାଥମିକ କୃଷି ସମବାୟ ସମିତି(ପିଏସିଏସ୍‌) ଅଧିନସ୍ଥ ମଣ୍ଡିରେ ପହଂଚିଥିଲେ। ଏଠାରେ ପହଂଚି ମିଲର୍ସଙ୍କ ଦ୍ୱାରା ଯେପରି ସେମାନେ କଟ୍ନି ଛଟନୀର ଶିାକର ନ ହୁଅନ୍ତି ସେହି ପ୍ରତିଶ୍ରୁତି ଦେଲେ ଯାଇ ମିଲ୍କୁ ଧାନ ନେବେ ଅନ୍ୟଥା ମଣ୍ଡିରେ ତାଙ୍କ ଧାନକୁ ସିଧାସଳଖ ଯୋଗାଣ ବିଭାଗ ପକ୍ଷରୁ କ୍ରୟ କରାଯାଉ ବୋଲି ଜିଦ ଧରିଥିଲ । ତେଣୁ ଚାଉଁରପୁର ମଣ୍ଡିରୁ କୌଣସି ଚାଷୀ ଧାନ ନେଇ ମିଲ୍କୁ ନେଇ ନଥିଲେ। ଏମ୍ପର୍କରେ ଚାଉଁରପୁରର ବରିଷ୍ଠ ଚାଷୀ ଗଣେଶ ମହତମ କହିଛନ୍ତି ଯେ, ଧାନର ଆଦ୍ରତା ଆଳରେ ମଲର୍ସ ଚାଷୀଙ୍କ ଧାନ ଓଜନରୁ କୁଇଣ୍ଟାଲ ପିଛା ୪ରୁ ୫ କିଲୋ ପର୍ଯ୍ୟନ୍ତ କାଟି ଦେଉଛନ୍ତି। ଯଦ୍ୱାରା ଚାଷୀ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି । ଯାହା ଚାଷୀଙ୍କ ଖୋଲାଖୋଲି ଶୋଷଣ ପାଇଁ ମିଲର୍ସଙ୍କ ଏକ ସୁଚିନ୍ତିତ ଷଢ଼ଯନ୍ତ୍ର। ତେଣୁ ଚାଷୀମାନେ ସୋମବାର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ(ସିସିଏସ୍‌ଓ)ଙ୍କ ସହିତ ଆଲୋଚନା କରି ଏହି ସମସ୍ୟାକୁ ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିସିଏସ୍‌ଓ ମିଲର୍ସଙ୍କ ସହ ଆଲୋଚନା କରିଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ତାଙ୍କୁ ଗୋଟିଏ ଦିନ ସମୟ ଦେଇଛନ୍ତି । ଅନ୍ୟଥା ମଙ୍ଗଳବାର ଠାରୁ ଚାଷୀମାନେ ଚାଉଁରପୁରଠାରେ ରାସ୍ତାରୋକ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି ବୋଲି ମହତମ କହିଛନ୍ତି। ଏନେଇ ସିସିଏସ୍‌ଓ ସୁବେଧ କୁମାର ହୋତା କହିଲେ ଯେ, ମିଲର୍ସଙ୍କୁ କଟ୍ନି ଛଟ୍ନୀ ନ କରିବାକୁ ତାଗିଦ୍ କରାଯାଇଛି। ଯଦି କୌଣସି ସ୍ଥାନରେ କଟ୍ନି ଛଟ୍ନୀ ପାଇଁ ସମସ୍ୟା ସୃଷ୍ଟି ହୋଇଛି ତୁରନ୍ତ ତାର ସମାଧାନ କରିବାକୁ ମିଲ୍ ମାଲିକମାନଙ୍କୁ ନିର୍ଦ୍ଦଶ ଦିଆଯାଇଛି। ତେଣୁ ଆଗାକୁ ଏଭଳି ସମସ୍ୟା ଆଉ ରହିବ ନାହିଁ ବୋଲି କହିଛନ୍ତି ସିସିଏସ୍‌ଓ ହୋତା।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande