କେନ୍ଦୁଝର ଜିଲ୍ଲା କୁଡୁମି କେମିଷ୍ଟ ଗ୍ରୁପର ବନ୍ଧୁ ମିଳନ
କେନ୍ଦୁଝର, 8 ଡିସେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା କୁଡୁମି କେମିଷ୍ଟ ଗ୍ରୁପର ଏକ ବନ୍ଧୁ ମିଳନ କାଂଝାରି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପାଖାପାଖି ୪୦ ଜଣ କେମିଷ୍ଟ ତା''ଙ୍କ ପରିବାର ସହ ଯୋଗଦେଇଥିଲେ l ଏହି ବନ୍ଧୁ ମିଳନକୁ ଆୟୋଜନ କରିଥିବା ପୂର୍ଣ୍ଣ ମହାନ୍ତ, କୃପାସିନ୍ଧୁ ମହାନ୍ତ ଓ
କେନ୍ଦୁଝର ଜିଲ୍ଲା କୁଡୁମି କେମିଷ୍ଟ ଗ୍ରୁପର ବନ୍ଧୁ ମିଳନ


କେନ୍ଦୁଝର, 8 ଡିସେମ୍ବର (ହି.ସ.)

କେନ୍ଦୁଝର ଜିଲ୍ଲା କୁଡୁମି କେମିଷ୍ଟ ଗ୍ରୁପର ଏକ ବନ୍ଧୁ ମିଳନ କାଂଝାରି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପାଖାପାଖି ୪୦ ଜଣ କେମିଷ୍ଟ ତା'ଙ୍କ ପରିବାର ସହ ଯୋଗଦେଇଥିଲେ l ଏହି ବନ୍ଧୁ ମିଳନକୁ ଆୟୋଜନ କରିଥିବା ପୂର୍ଣ୍ଣ ମହାନ୍ତ, କୃପାସିନ୍ଧୁ ମହାନ୍ତ ଓ ବିଶ୍ୱ ମହାନ୍ତ ସମସ୍ତ ଔଷଧ ବ୍ୟବସାୟୀ ଭାଇ ଭଉଣୀ ମାନଙ୍କୁ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ଆଗାମୀ ଦିନରେ କେମିତି କୁଡୁମି ମାନେ ଏକଜୁଟ ହୋଇ ଏହି ଔଷଧ ବ୍ୟବସାୟକୁ ସୁରୁଖୁରୁରେ ଚଳାଇପାରିବେ ଓ ଦରକାର ପଡିଲେ ସମସ୍ତେ ସମସ୍ତଙ୍କୁ ସହଯୋଗ କରି ଜିଲ୍ଲା ଇତିହାସରେ ନିଜର ଉପସ୍ଥିତି ଜାହିର କରିପାରିବେ ସେ ନେଇ ଏହି ବନ୍ଧୁ ମିଳନରେ ଆଲୋଚନା ହୋଇଥିଲା l ମୁଖ୍ୟ ଅତିଥିଭାବେ ଓଡିଶା କୁଡୁମି ସେନା ଉପସଭାପତି ମିତ୍ରଭାନୁ ମହାନ୍ତ, ସମ୍ମାନୀୟ ଅତିଥି ଓଷ୍ଟା ଶିକ୍ଷକ ସଭାପତି ମନ୍ମଥ ମହାନ୍ତ, ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି ଡାକ୍ତର ମହାନ୍ତ, ମା' ତାରିଣୀ ହସ୍ପିଟାଲର ନିର୍ଦ୍ଦେଶିକା ଶୁଚିସ୍ମିତା ମହାନ୍ତ ଯୋଗଦେଇଥିଲେ l ପରିଚାଳନା କମିଟି ସଦସ୍ୟ ଭାବେ ଜଗନ୍ନାଥ ମେଡ଼ିସିନ ଷ୍ଟୋର,ଭଣ୍ଡା,ରିମୁଳି ମେଡ଼ିସିନ ଷ୍ଟୋର, ଓମ ମେଡ଼ିସିନ, ପାଟଣା, ବାସୁଳି ମେଡ଼ିସିନ ଷ୍ଟୋର, କେନ୍ଦୁଝର, ମା' ମେଡ଼ିସିନ ଷ୍ଟୋର, ତୁରୁମୁଙ୍ଗା, ଶିବାନୀ ମେଡ଼ିସିନ,ବଡ଼ବିଲ, ମହାତ୍ମା ମେଡ଼ିସି, ଜଂଘିରା ଯୋଗ ଦେଇଥିଲେ l ସମସ୍ତ କେମିଷ୍ଟ ବନ୍ଧୁ ଓ ଉପସ୍ଥିତ ସାମ୍ବାଦିକମାନଙ୍କୁ ଗଣେଶ୍ୱର ମହାନ୍ତ ଓ ଶୁଚିସ୍ମିତା ମହାନ୍ତ ଉତ୍ତରୀୟ ପ୍ରଦାନ କରିଥିଲେ l ପରିଶେଷରେ ମା' ତାରିଣୀ ମେଡ଼ିସିନ ଷ୍ଟୋର,ପଦ୍ମପୁର ସମସ୍ତଙ୍କୁ ଧନ୍ୟବାଦ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande