
କେନ୍ଦ୍ରାପଡା, ୮ ଡିସେମ୍ବର (ହି.ସ.)- ମହାକାଳପଡ଼ା ବ୍ଲକ କାର୍ଯ୍ୟ।ଳୟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଜିଲ୍ଲା ପରିଷଦ ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ବିଡିଓ ସୌମ୍ୟଶ୍ରୀ ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣିରେ ମୋଟ ୧୧୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୮୭ଟି ବ୍ୟକ୍ତିଗତ ଏବଂ ୨୮ ଟି ସାମୂହିକ ଅଭିଯୋଗ ରହିଥିଲା। ସେହିପରି ୮ ହଜାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରିଛନ୍ତି। ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉ କି, ଡିସେମ୍ବର ମାସର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ସୋମବାର ଅର୍ଥାତ ୧୫ ତାରିଖରେ ଡେରାବିଶ ବ୍ଲକ, ୨୨ ଡିସେମ୍ବରରେ ଗରଦପୁର ବ୍ଲକ ଏବଂ ୨୯ ତାରିଖରେ ରାଜନଗର ବ୍ଲକ କାର୍ଯ୍ୟ।ଳୟ ଠାରେ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / ରବି