କୃଷକ କଲ୍ୟାଣ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଜୟପୁର, ୮ ଡିସେମ୍ବର (ହି.ସ.)- କୃଷକ କଲ୍ୟାଣ ମଞ୍ଚ ତରଫରୁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହଜନଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି l ମଞ୍ଚ ର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଧାନ ଓ ମକା ମଣ୍ଡି ଆରମ୍ଭ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବ
କୃଷକ କଲ୍ୟାଣ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର


ଜୟପୁର, ୮ ଡିସେମ୍ବର (ହି.ସ.)- କୃଷକ କଲ୍ୟାଣ ମଞ୍ଚ ତରଫରୁ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହଜନଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି l ମଞ୍ଚ ର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଧାନ ଓ ମକା ମଣ୍ଡି ଆରମ୍ଭ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଛନ୍ତି l

ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ ଦିନ ଧାନ ମଣ୍ଡି ଆରମ୍ଭ କରା‌ଯିବ ସେହି ଦିନ ହିଁ ଧାନ ଉଠାଯାଉ, ମଣ୍ଡି ଆରମ୍ଭର ଅନ୍ତତଃ ୨ ଦିନ ପୂର୍ବରୁ ଟୋକେନ ପ୍ରଦାନ କରାଯାଉ, ୦୮.୧୨.୨୦୨୫ ରିଖ ସୁଦ୍ଧା ପ୍ରଶାସନ ଓ କ୍ରୟକାରୀ ସଂସ୍ଥା ନିଜ କାମ ସଂପୂର୍ଣ୍ଣ କରନ୍ତୁ, କ୍ରୟକାରୀ ସଂସ୍ଥା, ମିଲର, ଯୋଗାଣ ବିଭାଗ ମଣ୍ଡିରେ ଖାଲି ଅଖା ବ୍ୟବସ୍ଥା କରନ୍ତୁ । ଏଫଏକ୍ୟୁ ନାମରେ କଟନୀ ଛଟନି ବନ୍ଦ କରାଯାଉ, ମଣ୍ଡିରେ ସମସ୍ତ ଧାନ ଓଜନ କରାଯାଉ ଓ ଭେଣ୍ଟର ରସିଦ ପ୍ରଦାନ କରାଯାଉ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଧାନ ପ୍ରତି ବର୍ଦ୍ଧିତ ଦର ୬୯ ଟଙ୍କା ପ୍ରଦାନ କରାଯାଉ, ପରିବହନ ଗାଢିରେ ବାଖତା ଭିଟିଏସ କାର୍ଯ୍ୟକାରୀ କରାଯାଉ, ସମସ୍ତ ଜମିରେ ଏକର ପ୍ରତି ଅନ୍ୟୁନ୍ୟ ୨୫ କ୍ଵିଣ୍ଟାଲ ଧାନ କ୍ରୟ କରାଯାଉ, ବର୍ତମାନ ଜିଲ୍ଲାରେ ଧାନ ଓ ମକା ଉଭୟ କ୍ଵିଣ୍ଟାଲ ପିଛା ୧୬୦୦/- ରୁ ୧୭୦୦/ ଟଙ୍କାରେ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଯାହାଫଳରେ ଧାନରେ ଟ.୧୫୦୦ ପ୍ରତିଶତ ଓ ମକାରେ ୮୦୦ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ କ୍ଷତି ସହିବାକୁ ପଢୁଛି, ଏଣୁ ଧାନ ମଣ୍ଡି ଶୀଘ୍ର ଆରମ୍ଭ କରାଯିବ ସହିତ ଜିଲ୍ଲାରେ କୋରାପୁଟ ଓ ଜୟପୁର ଉପଖଣ୍ଡରେ ୨ଟି ମକା ମଣ୍ଡି ତୁରନ୍ତ ଆରମ୍ଭ କରାଯାଉ ।

କୋଲାବ ଓ ତେଲେଙ୍ଗିରି ପ୍ରକଳ୍ପରୁ ଚାଷ ନିମନ୍ତେ ପାଣି ଯୋଗାଇ ଦିଆଯାଉ, ଦୁର୍ନୀତିଗ୍ରସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଚଳିତ ଖରିଫ ମଣ୍ଡିରୁ ବାଦ ଦିଆଯାଉ ବୋଲି ଦାବି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande