ନାକଟିଦେଉଳ କଲେଜ ଅଧିକାରୀ ଓ ସ୍ବେଚ୍ଛାସେବୀଙ୍କ କୃତୀତ୍ୱ
ନାକଟିଦେଉଳ କଲେଜ ଅଧିକାରୀ ଓ ସ୍ବେଚ୍ଛାସେବୀଙ୍କ କୃତୀତ୍ୱ
ନାକଟିଦେଉଳ କଲେଜ ଅଧିକାରୀ ଓ ସ୍ବେଚ୍ଛାସେବୀଙ୍କ କୃତୀତ୍ୱ


ସମ୍ବଲପୁର, ୦୮, ଡିସେମ୍ବର (ହି.ସ.) ଦୁତିକା ସାହୁ ମହାବିଦ୍ୟାଲୟ, ଲଇଡାରେ ଆୟୋଜିତ ହୋଇଥିଵା ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ରଚନା ମାଝି, ପ୍ରଣତି ବେହେରା, କଳ୍ପନା ଗର୍ତିଆ, ସୁଜାତା ପ୍ରଧାନ, ଜ୍ୟୋତିସ୍ମିତା ବିଶ୍ଵାଳ, ଶିଭସ୍ମିତା ସାହୁ ଯୋଗଦାନ କରି ଦଳଗତ ନୃତ୍ୟ ଓ ବକୃତା ରେ ପ୍ରଥମ, ସାଧାରଣ ଜ୍ଞାନରେ ଦ୍ଵିତୀୟ, ସଙ୍ଗୀତ ଏଵଂ ରଙ୍ଗୋଲି ପ୍ରତି ଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ସେହିପରି ବୌଦ୍ଧ ମୋଡେଲ ସ୍ନାତକ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା ସ୍ତରୀୟ ଜାତୀୟ ସେବା ଯୋଜନା ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିରରେ ଲକ୍ଷ୍ମୀପ୍ରିୟା ପ୍ରଧାନ, କଳ୍ପନା ଗର୍ତ୍ତିଆ,ଶୁଭାସ୍ମିତା ସାହୁ, ଟ୍ୱିଙ୍କିଲ ମାଝି , ରୂପାଲି ପ୍ରଧାନ, ଶ୍ରୁତି ଛତର ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଛନ୍ତି। ଏମାନେ ଦଳଗତ ନୃତ୍ୟ, ସଙ୍ଗୀତ, ପ୍ରବନ୍ଧ,ବକୃତା ପ୍ରତିଯୋଗୀତାରେ ପ୍ରଥମ, ଏକକ ନୃତ୍ୟରେ ଦ୍ଵିତୀୟ ଓ ରଙ୍ଗୋଲିରେ ତୃତୀୟ ପୁରସ୍କାର ହାସଲ କରିଛନ୍ତି। ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ପୁଷ୍ପାଞ୍ଜଳି ରବନାଙ୍କୁ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ପୁରସ୍କାର ଲାଭ କରିଥିବାରୁ ଏଵଂ କୃତୀ ସ୍ୱେଚ୍ଛାସେବୀ ମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଉତ୍ତରୀୟ ପୁଷ୍ପ ବୃକ୍ଷ ଦେଇ ଅଭିନନ୍ଦନ ଜଣାଇଛନ୍ତି। ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଏନଏସଏସ ସଂଯୋଜକ ଡ. ବିରେନ୍ଦ୍ର ବେହେରା , ସମ୍ୱଲପୁର ଜିଲ୍ଳା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପ୍ରଧାନ ଏ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande