
ବଲାଙ୍ଗିର, 8 ଡିସେମ୍ବର (ହି.ସ.) 30 ନଭେମ୍ବରରୁ ଡ଼ିସେମ୍ବର 5 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆଯୋଜିତ ଜାତୀୟ ସ୍କୁଲ ପ୍ରତିଯୋଗିତାରେ ବଲାଙ୍ଗୀର ମାଟିର ସନ୍ତାନ ସୌରଭ ପୁଟେଲ 50ମିଟର ବ୍ରେଷ୍ଟ ଷ୍ଟୋକ ସ୍ବର୍ଣ୍ଣ ପଦକ ଏବଂ 200 ମିଟର ବ୍ରେଷ୍ଟ ଷ୍ଟୋକରେ ବ୍ରୋଞ୍ଚ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଥିଲେ l ସେ ବଲାଙ୍ଗୀର ପହଂଚିବା ପରେ ଜ଼ିଲ୍ଲା ପ୍ରଶାସନ ତରଫରୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଗୌରବ ଶିବାଜି ଇଶଲୱର, ଭା. ପ୍ର. ସେ. ଜାତୀୟ ସ୍ତର ବିଜେତା ସୌରଭକୁ ଫୁଲ ତୋଡ଼ା ଏବଂ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ ଏବଂ ବଲାଙ୍ଗୀର ଅତିରିକ୍ତ ଜ଼ିଲ୍ଲାପାଳ ଡଃ ବିଜୟାନନ୍ଦ ସେଠୀ, ଓ.ପ୍ର.ସେ. (ଏସ) ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ଓଡିଶା ରାଜ୍ୟ ସନ୍ତରଣ ସଂଘ ଉପ ସଭାପତି ଶ୍ରୀଯୁକ୍ତ ସୁମିତ ରଞ୍ଜନ ପୁରୋହିତ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ, ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ସତ୍ୟ ପ୍ରକାଶ ମିଂଜ଼, କ୍ରୀଡ଼ା ଛାତ୍ରାବାସ ଅଧିକାରୀ ପରାସର ବାଗ ବଲାଙ୍ଗୀର ସନ୍ତରଣ ସଂଘ ସଦସ୍ୟ ସୁକାନ୍ତ ସେଠ, ସନ୍ତରଣ କୋଚ ନରେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ