ଗ୍ରାଉଣ୍ଡରେ ଅଭିଯୋଗ ସମାଧାନ ହେଉନଥିବା ନେଇ ପ୍ରମିଳା ମଲ୍ଲିକଙ୍କ ଉଦବେଗ
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଗ୍ରାଉଣ୍ଡରେ ଅଭିଯୋଗ ସମାଧାନ ହେଉନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅନ୍ୟପଟେ ଯୁଗ୍ମ ଶୁଣାଣି ହେଉଥିବା ଉତର ରଖିଛନ୍ତି ଆଇନ ମନ୍ତ୍ରୀ । ପ୍ରମିଳା ମଲ୍ଲିକ କହିଛନ୍ତି, ଭୁବନେଶ୍ୱର ବାହାରେ
ଗ୍ରାଉଣ୍ଡରେ ଅଭିଯୋଗ ସମାଧାନ ହେଉନଥିବା ନେଇ ପ୍ରମିଳା ମଲ୍ଲିକଙ୍କ     ଉଦବେଗ


ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଗ୍ରାଉଣ୍ଡରେ ଅଭିଯୋଗ ସମାଧାନ ହେଉନଥିବା ନେଇ ଉଦବେଗ

ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅନ୍ୟପଟେ ଯୁଗ୍ମ ଶୁଣାଣି ହେଉଥିବା ଉତର ରଖିଛନ୍ତି ଆଇନ

ମନ୍ତ୍ରୀ ।

ପ୍ରମିଳା ମଲ୍ଲିକ କହିଛନ୍ତି, ଭୁବନେଶ୍ୱର ବାହାରେ ଯେଉଁଠି ଅଭିଯୋଗ

ହେଉଛି, ତାହା ସମାଧାନ ହେଉନି । ବ୍ଲକ ଓ ତେହସିଲ ସ୍ତରରେ କେତେ

ଅଭିଯୋଗ ଆସୁଛି, ତାହାର ତାଲିକା ଦାବି କଲେ ।. ଆଇନ ମନ୍ତ୍ରୀ କେମିତି

କହିଲେ ଚାଉଳ ଓ ଘର ତତକ୍ଷଣାତ ମିଳୁଛି । କାରଣ ୱେବସାଇଟ ତ ଖୋଲୁନି । ବିଧାୟକମାନଙ୍କୁ ନେଇ

ଅଭିଯୋଗ ଶୁଣାଣି ହେବ କି? ସମାଧାନର

ନିର୍ଦ୍ଧିଷ୍ଟ ତାରିଖ ସ୍ଥିର କରିବେ କି?

ଏହାର ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯୁଗ୍ମ ଶୁଣାଣି ହେଉଛି । ବିଧାୟକମାନେ ଯୋଗଦାନ କଲେ

ସମାଧାନ ଅଧିକ ହୋଇ ପାରିବ । କାରଣ ବିଧାୟକ ରହି ପାରିଲେ ଯେତେ ଦୂର ସମ୍ଭବ, ଲୋକଙ୍କ ସମସ୍ୟାର ସମାଧାନ ନିଷ୍ଠା ସହ କରାଯାଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande