ଓଡ଼ିଆ ସାହିତ୍ୟ ପରିବାରର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ଜୀବନକୁ ଶୃଙ୍ଖଳିତ ଓ ପରିମାର୍ଜିତ କରେ ସାହିତ୍ୟ
ଭଦ୍ରକ, ୮ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଓଡ଼ିଆ ସାହିତ୍ୟ ପରିବାରର ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ରବିବାର ସ୍ଥାନୀୟ ଦିନଦୟାଲ ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ସାହିତ୍ୟିକ ଭଗବାନ ଚନ୍ଦ୍ର ନା
ODIA SAHITYA PARIVAR RAJYASTARIYA SAMAROHA


ଭଦ୍ରକ, ୮ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଓଡ଼ିଆ ସାହିତ୍ୟ ପରିବାରର ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ରବିବାର ସ୍ଥାନୀୟ ଦିନଦୟାଲ ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସାହିତ୍ୟ ପରିବାର ସଭାପତି ଦୀନରଞ୍ଜନ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ବରିଷ୍ଠ କଥାକାର ଡ. ଝରଣା ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ଯୋଗଦେଇ ଜୀବନକୁ ଶୃଙ୍ଖଳିତ ଓ ପରିମାର୍ଜିତକରେ ସାହିତ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ବିଶ୍ୱନାଥ କିଙ୍କର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । କଥାକାର ମନୋଜ ପାଣିଗ୍ରାହୀ ଓ କବି ଶୁଭ୍ରାଂଶୁ ଶେଖର ମାହୁନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଭିନ୍ନ ଜିଲାରୁ ଆସିଥିବା ଶତାଧିକ କବି କବିତା ପାଠ କରିଥିଲେ ଶିକ୍ଷୟିତ୍ରୀ ସୁମିତ୍ରା ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ମଙ୍ଗରାଜପୁର ସ୍କୁଲର ଛାତ୍ରୀମାନେ ମାଟିଆ କେଳାଙ୍କ ଜୀବନ ଉପରେ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷାବିତ ରମାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ୨ୟ ଅଧିବେଶନରେ ସାହିତ୍ୟ ପରିବାରର କାର୍ଯ୍ୟକାରୀ ସଭାପତି ଡଃ ଶ୍ରୀକାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ସ୍ତମ୍ଭକାର ଅଭୟ କୁମାର ଦ୍ୱିବେଦୀ ଯୋଗଦେଇ ସାହିତ୍ୟ ଓ ସମାଜ ଉଭୟ ପରିପୁରକ ବୋଲି କହିଥିଲେ । ମୁଖ୍ୟବକ୍ତା ସାହିତ୍ୟ ଗବେଷକ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ଯୋଗ ଦେଇ ବେଦ ଓ ପୁରାଣ ସାହିତ୍ୟର ଗୋଟେ ଅଙ୍ଗ ବୋଲି କହିଥିଲେ । ସମ୍ମାନିତ ଅତିଥି ରୂପେ ଯୁବକବି ପତିତପାବନ ପାଣି ଯୋଗ ଦେଇଥିଲେ । ପ୍ରତିଷ୍ଠାତା ଡ. ଅମୂଲ୍ୟ କୁମାର ସେନାପତି ସଙ୍ଗଠନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହିଅବସରରେ ଡ଼.ଅଲେଖ ଚନ୍ଦ୍ର ମହାନ୍ତିଙ୍କ ଇଂରାଜୀ କବିତା ସଙ୍କଳ ତ୍ରି ଲାଇଟ ଅଫ ଲାଇଫାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ତିହିଡ଼ି ସାହିତ୍ୟ ଓ ସଂସ୍କୃତିକ ମଂଚ, ସାମାଜିକ କର୍ମୀ ଶଶଧର ପଣ୍ଡା, ଯୁବକବି ପାଣିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ଜିଲାରୁ ଆସିଥିବା ୬୨ ଜଣ କବି ଓ ସାହିତ୍ୟିକଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷକ ସରୋଜ ଓଝା ଧନ୍ୟବାଦ ଦେଇଥିଲେ । ସଦସ୍ୟା ବିବାସିନୀ ପଟ୍ଟନାୟକ,ସୁବାଷ ମହାନ୍ତିଙ୍କ ସମେତ କର୍ମକର୍ତାମାନେ ଦିବସବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande