ଓଏଭି ଶିକ୍ଷକ ସଂଘ ର ସାମୂହିକ ଛୁଟି ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ
ବଲାଙ୍ଗିର, 8 ଡିସେମ୍ବର (ହି.ସ.) ଜିଲ୍ଲା ସମସ୍ତ ୧୪ ଟି ବ୍ଲକ ର ଆଦର୍ଶ ବିଦ୍ୟାଳୟ ର ୨୩୮ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇ ଭୁବନେଶ୍ୱର ଲୋୟର ପିଏମ୍ଜି ରାଜରାସ୍ତାରେ ୧୩ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି। ଦୀର୍ଘ ଦଶବର୍ଷ ର ସମସ୍ୟାର ସମାଧାନ ସହିତ ନିମ୍ନ ଲିଖିତ ଦାବି ଗୁଡିକୁ ତୁରନ
*ଓଏଭି ଶିକ୍ଷକ ସଂଘ ର ସାମୂହିକ ଛୁଟି ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ*


ବଲାଙ୍ଗିର, 8 ଡିସେମ୍ବର (ହି.ସ.)

ଜିଲ୍ଲା ସମସ୍ତ ୧୪ ଟି ବ୍ଲକ ର ଆଦର୍ଶ ବିଦ୍ୟାଳୟ ର ୨୩୮ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇ ଭୁବନେଶ୍ୱର ଲୋୟର ପିଏମ୍ଜି ରାଜରାସ୍ତାରେ ୧୩ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି।

ଦୀର୍ଘ ଦଶବର୍ଷ ର ସମସ୍ୟାର ସମାଧାନ ସହିତ ନିମ୍ନ ଲିଖିତ ଦାବି ଗୁଡିକୁ ତୁରନ୍ତ ପୂରଣ କରିବା ପାଇଁ ସଂଘ ର ଦାବି ରହିଛି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶେଷଦେବ ମିଶ୍ର ସୂଚନା ଦେଇଛନ୍ତି।

1. ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ଏଚ ଆର ଏମ ଏସ ଆଇ ଡି ମାଧ୍ୟମରେ ଦରମା ଦେବା ଏବଂ ବିଦ୍ୟଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ହାଇ ସ୍କୁଲ ଶିକ୍ଷକଙ୍କ ପରି ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା,

2. ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା,

3. ଶାରୀରିକ ଶିକ୍ଷା, ସଙ୍ଗୀତ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା,

4. ପ୍ରତ୍ୟକଟି ଆଦର୍ଶ ବିଦ୍ୟଳୟ ରେ ଓଡ଼ିଆ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା,

5. ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ୍ସ ଷ୍ଟ୍ରିମ୍ ଖୋଲିବା,

6. ପ୍ରତ୍ୟେକ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା,

7. ଆର୍ଟ ଶିକ୍ଷକ ପାଇଁ ଟିଜିଟି ଭିଜୁଆଲ ଆର୍ଟ ମାନ୍ୟତା ଦେବା,

8. ଓଏଭି କର୍ମଚାରୀଙ୍କ ସନ୍ତାନ ପାଇଁ ପ୍ରବେଶ ହେତୁ ବିଶେଷ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବା,

9. ଜୁନିୟର କ୍ଲାର୍କ କର୍ମଚାରୀଙ୍କ ଚାକିରି ରେ ନିୟମିତ କରିବା,

10. ଓଏଭି ଛାତ୍ରଛାତ୍ରୀମାନଙ୍କୁ ଏନ୍ଏମ୍ଏମ୍ଏସ୍ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବା, ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ଛାତ୍ର ଛାତ୍ରୀ ଭଳି ନିଟ୍ ଏବଂ ଜେଇଇ ପରୀକ୍ଷାରେ ୧୫% ସ୍ଥାନ ସଂରକ୍ଷଣ,

11. ପୂର୍ବରୁ ଓଏଭି ରେ ଟିଜିଟି ଭାବେ କାର୍ଯ୍ୟ କରି ପୁନର୍ବାର ପିଜିଟି ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ କରିବା, ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କ ପୂର୍ବ ସେବା ଅବଧିକୁ ବର୍ତ୍ତମାନ ସେବାରେ ମିଶାଇବା,

12. ପୂର୍ବବତ୍ ରାଜ୍ୟ ସ୍ତରରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ପାଇଁ ଅର୍ଥ ମଞ୍ଜୁର କରିବା,

13. ପିଏମ୍ ଶ୍ରୀ ସ୍କୁଲ ରେ ଓଏଭି କୁ ଅନ୍ତର୍ଭୁକ୍ତ କରିବା ଆଦି ସମସ୍ୟାର ସମାଧାନ କରି ଶିକ୍ଷା ର ଗୁଣବତ୍ତା କର୍ମଚାରୀଙ୍କ ନ୍ୟାୟ ପାଇଁ ବିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande