ସଡକ ଦୁର୍ଘଟଣାରେ ଲିଙ୍ଗେଶ୍ଵର ଉନ୍ନୟନ କମିଟିର ପୂର୍ବତନ ସଭାପତି ଦାମୋଦର ଧଳଙ୍କ ମୃତ୍ୟୁ
କୋରେଇ, ୮ ଡିସେମ୍ବର (ହି.ସ.)- ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସଭ୍ୟ, ପ୍ରଥମ ସମ୍ପାଦକ ତଥା ଲିାଙ୍ଗଶ୍ୱର ଉନ୍ନୟନ କମିଟିର ପୂର୍ବତନ ସଭାପତି, ସମ୍ପାଦକ ଦାମୋଦର ଧଳ (୭୬)ଙ୍କର ଆଜି ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ପ୍ରତିଦିନ ପରି ଶ୍ରୀଧଳ ପ୍
ସଡକ ଦୁର୍ଘଟଣାରେ ଲିଙ୍ଗେଶ୍ଵର ଉନ୍ନୟନ କମିଟିର ପୂର୍ବତନ ସଭାପତି ଦାମୋଦର ଧଳଙ୍କ ମୃତ୍ୟୁ


କୋରେଇ, ୮ ଡିସେମ୍ବର (ହି.ସ.)- ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସଭ୍ୟ, ପ୍ରଥମ ସମ୍ପାଦକ ତଥା ଲିାଙ୍ଗଶ୍ୱର ଉନ୍ନୟନ କମିଟିର ପୂର୍ବତନ ସଭାପତି, ସମ୍ପାଦକ ଦାମୋଦର ଧଳ (୭୬)ଙ୍କର ଆଜି ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ପ୍ରତିଦିନ ପରି ଶ୍ରୀଧଳ ପ୍ରାତଃ ଭ୍ରମଣରେ ବାହାରିଥିଲେ । ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଆପାଚି ବାଇକ(ହ୍‌୩୪ଆର ୭୭୭୦)ରେ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ନେରଡା ଗ୍ରାମର ବିକାଶ ବିନ୍ଧାଣୀ ଆସି ବ୍ରଜନଗର ଗ୍ରାମ ନିକଟରେ ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଂଗେ ସଂଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ଚିକତ୍ସିତ ଅବସ୍ଥାରେ ଦିନ ୧୧ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ ପରେ ଏକ ମାମଲା ୩୯୨/୨୫ ରୁଜ୍ଜୁୁ କରାଯିବା ସହ ତଦନ୍ତାଧିକାରୀ ଏସଆଇ ସୁମିତ କୁଜୁର ଯାଜପୁର ମୁଖ୍ୟ ଚିକତ୍ସାଳୟରେ ପହଂଚି ପଂଚନାମା କରାଇ ମରଶରୀରକୁ ପରିବାରକୁ ହସ୍ତାନ୍ତର କରିଥିଲେ । ତାଙ୍କ ମରଶରାର ଲିଙ୍ଗେଶ୍ୱର ଠାରେ ପହଂଚିବା ପରେ ଶିଶୁ ମନ୍ଦିର ଓ ଉନ୍ନୟନ କମିଟି ପକ୍ଷରୁ ଶ୍ରଦ୍ଧାଂଜଳୀ ଦିଆଯାଇଥିଲା । ପରେ ତାଙ୍କ ମରଶରୀରକୁ ଲିଙ୍ଗେଶ୍ୱର ଶ୍ମଶାନ ଘାଟକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମରଶରାରକୁ ଶୋଭାଯାତ୍ରାରେ ନିଆଯାଇଥିବା ବେଳେ ବଡପୁଅ ସଂଗ୍ରାମ କେଶରୀ ଧଳ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବାସଭବନରେ ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଧଳ, ଅଶୋକ ଦାସ ପାଉଣ୍ଡେସନର ମହାସଚିବ ଭବ ପ୍ରସାଦ ଦାସ, ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ ପହଂଚିବା ସହି ପୂର୍ବତନ କୋରେଇ ବିଧାୟକ ପ୍ରିତୀ ରଂଜନ ଘଡାଇ, ଅଶୋକ କୁମାର ବଳ, କୋରେଇ ବିଧାୟକ ଆକଶ ଦାସ ନାୟକ, କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା, ବିଜେଡି ମହିଳା ନେତ୍ରୀ ସବିତା ରାଉତ ପ୍ରମୁଖ ଶୋକ ଆଗତ କରିଥିଲେ । ତାଙ୍କ ବାସଭବନରେ ବହୁ ରାଜନେତା, ଶିକ୍ଷାବିତ, ବୁଦ୍ଧିଜିବୀ, ଲିଙ୍ଗେଶ୍ୱର ଉନ୍ନୟନ କମିଟି ଓ ଶିଶୁ ମନ୍ଦିର କମିଟିର ସମସ୍ତ ସଦସ୍ୟ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଦାମୋଦରଙ୍କ ଶେଷ ଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande