ଲିମା କୁର୍ଲୁ ନଦିରୁ ବେଆଇନ ବାଲି ଉଠାଣ ନେଇ ଏସ ଡି ପି ଓ ଙ୍କୁ ଅଭିଯୋଗ
ଜୟପୁର , 8 ଡିସେମ୍ବର (ହି.ସ.)କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତର ବହିଯାଉଥିବା କୁର୍ଲୁ ନଦୀରୁ ବେଆଇନ ବାଲି ଉଠାଣ କରିଥିବା ନେଇ ଆଜି ଶତାଧିକ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ କୋଟପାଡ ଅଭିଯୋଗ ପ୍ରକୋଷ୍ଠରେ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଜୟପୁର ଏସଡିିପିଓଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ
ଲିମା କୁର୍ଲୁ ନଦିରୁ ବେଆଇନ ବାଲି ଉଠାଣ ନେଇ ଏସ ଡି ପି ଓ ଙ୍କୁ ଅଭିଯୋଗ


ଜୟପୁର , 8 ଡିସେମ୍ବର (ହି.ସ.)କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତର ବହିଯାଉଥିବା କୁର୍ଲୁ ନଦୀରୁ ବେଆଇନ ବାଲି ଉଠାଣ କରିଥିବା ନେଇ ଆଜି ଶତାଧିକ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ କୋଟପାଡ ଅଭିଯୋଗ ପ୍ରକୋଷ୍ଠରେ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଜୟପୁର ଏସଡିିପିଓଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

୨୦୨୨ ମସିହାରୁ ଜୟପୁରର ଠିକାଦାର ରାଜେଶ ଜୈନ ନଦୀରୁ ବେଆଇନ ଭାବେ ବାଲି ଉଠାଣ କରି ସ୍ଥାନୀୟ ଲୋକଙ୍କୁ ନଦେଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ପ୍ରଦିବାଦ କଲେ ୪୦ ଲକ୍ଷ ଟଙ୍କା ସରକାରଙ୍କ ନିକଟରେ ଜମା କରୁଛନ୍ତି ବୋଲି କହିବାସହ ଲିମାପଞ୍ଚାୟତର ଗ୍ରାମବାସୀ ମାନଙ୍କୁ ଭୟଭିତ କରାଉଛନ୍ତି।

ଏଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଗ୍ରାମରେ ପଲ୍ଲିସଭା ପରିବା ସହ ଅଞ୍ଚଳବାସୀଙ୍କୁ ବାଲି ଉଠାଣ କରିବା ପାଇଁ ଅନୁମତି ପ୍ରଦାନ କଲେ ଆବାସ ଗୃହ ହିତାଧିକାରୀ ତଥା ସରକାରୀ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ଲିମା ଗ୍ରାମବାସୀ ମାନେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande