ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେବେ ସମ୍ବଲପୁର କାରାଗାରର ୭ ଜଣ ଅଧିକାରୀ ଓ କର୍ମଚାରୀ
ସମ୍ବଲପୁର, ୦୮ ଡିସେମ୍ବର(ହି.ସ.) – ଆସନ୍ତା ୧୦ ତାରିଖ ଦିନ ସମ୍ବଲପୁରରେ କାରାଗାର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ, ସେବା ଓ ଦକ୍ଷତା ପାଇଁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପୁରସ୍କୃତ କରିବା ପାଇଁ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇ
ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେବେ ସମ୍ବଲପୁର କାରାଗାରର ୭ ଜଣ ଅଧିକାରୀ ଓ କର୍ମଚାରୀ


ସମ୍ବଲପୁର, ୦୮ ଡିସେମ୍ବର(ହି.ସ.) – ଆସନ୍ତା ୧୦ ତାରିଖ ଦିନ ସମ୍ବଲପୁରରେ କାରାଗାର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ, ସେବା ଓ ଦକ୍ଷତା ପାଇଁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପୁରସ୍କୃତ କରିବା ପାଇଁ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଏହି ଅନୁଯାୟୀ ସମ୍ବଲପୁର ମଣ୍ଡଳ କାରାଗାରର ଜେଲର ତରଣୀସେନ ଦେହୁରୀ, ମୁଖ୍ୟ ୱାର୍ଡର ପ୍ରମୋଦ କୁମାର ସ୍ୱାଇଁ (୧) ମହାନିର୍ଦ୍ଦେଶକ ଡିସ୍କ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେହିଭଳି ସମ୍ବଲପୁର ମଣ୍ଡଳ କାରଗାରାର ବରିଷ୍ଠ ଅଧୀକ୍ଷକ ଅନୀଲ କୁମାର ସାହୁ, ୱାର୍ଡର ବିରୂପାକ୍ଷ ବାରିକ୍‌, ମୁଖ୍ୟ ୱାର୍ଡର ଧନେଶ୍ୱର ମହାରଣା, ମହିଳା ୱାର୍ଡର ପ୍ରିୟମ୍ବଦା ପ୍ରଧାନ, ମୁଖ୍ୟ ମେଟ୍ରନ୍ ରୁନିବାଲା ଦେଈ ମହାନିର୍ଦ୍ଦେଶକଙ୍କ ପ୍ରଶଂସାପତ୍ର ହାସଲ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande