ଯୁବକକୁ ମରାଣାନ୍ତକ ଆକ୍ରମଣ ମାମଲା, ୪ ଅଟକ
ଜୟପୁର, ୦୮ ଡିସେମ୍ବର(ହି.ସ.) – ଜୟପୁର ଟାଉନ ଥାନା ଅନ୍ତର୍ଗତ ଗଡିଆ ଧୋବାସାହି ଦେବୀ ନଗର ଅଂଚଳରେ ଗତକାଲି ମଧ୍ୟରାତ୍ରୀରେ ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ଜୟପୁର ଟାଉନ ପୁଲିସ ୪ଜଣକୁ ଅଟକ ରଖି ପଚରା ଉଚୁରା କରିଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ଓଡିଆ ମେଦ୍ରୀ
ଯୁବକକୁ ମରାଣାନ୍ତକ ଆକ୍ରମଣ ମାମଲା, ୪ ଅଟକ


ଜୟପୁର, ୦୮ ଡିସେମ୍ବର(ହି.ସ.) – ଜୟପୁର ଟାଉନ ଥାନା ଅନ୍ତର୍ଗତ ଗଡିଆ ଧୋବାସାହି ଦେବୀ ନଗର ଅଂଚଳରେ ଗତକାଲି ମଧ୍ୟରାତ୍ରୀରେ ମରଣାନ୍ତକ ଆକ୍ରମଣ ମାମଲାରେ ଆଜି ଜୟପୁର ଟାଉନ ପୁଲିସ ୪ଜଣକୁ ଅଟକ ରଖି ପଚରା ଉଚୁରା କରିଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ଓଡିଆ ମେଦ୍ରୀ ସାହିର ଟି.କାର୍ତିକ ଓ ତାଙ୍କ କିଛି ସାଙ୍ଗ ଗଡିଆ ଧୋବା ସାହି ଦେବୀ ନଗର ନିକଟରେ ବସି ରହିଥିଲେ। ସେମାନଙ୍କ ମଧ୍ୟରେ କଥାବାର୍ତା ପରେ ବଚସା ହୋଇଥିଲା ଫଳରେ କେହିଜଣେ ଟି. କାର୍ତିକଙ୍କ ବେକରେ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରିବାର ଲୋକେ ଖବର ପାଇବା ପରେ ତୁରନ୍ତ ଟି କାର୍ତିକକୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ନେବା ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ କୋରାପୁଟରେ ଚିକିତ୍ସା ଚାଲିଥିବା ପୁଲିସ ସୂଚନା ଦେଇଛି। ପୁଲିସ ଘଟଣା ସ୍ଥଳରେ ପହଁଚି ରାତିରେ ବସିଥିବା ୪ଜଣ ସାଙ୍ଗକୁ ଅଟକ ରଖିବା ସହ ଥାନାରେ ପଚରାଉଚୁରା ଜାରି ରଖିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande