
ଜୟପୁର, ୮ ଡିସେମ୍ବର (ହି.ସ.)- ଜୟପୁର ସ୍ଥିତ ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁ କଳା ବିଦ୍ୟାଳୟ ଠାରେ ପରବ ଉପଲକ୍ଷେ ଜିଲା ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ ହୋଇଛି । ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲାପାଳ ସତ୍ୟବାନ ମହାଜନ ଉପସ୍ଥିତ ରହି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜୟପୁର ଉପ ଜିଲାପାଳ ଆକାବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜିଲା ସଂସ୍କୃୁତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା, ଅତିରିକ୍ତ ପୌର କାର୍ଯ୍ୟନିବାହୀ ଅଧିକାରି ପୁଜା ରାଉତ, ଗୋଷ୍ଠି ଶିକ୍ଷାଧିକାରି ଚନ୍ଦନ କୁମାର ନାୟକ, ଏସଡିପିଆରଓ ଯଶୋଦା ଗାଦବା ଉପସ୍ଥିତ ଥିଲେ । ଜିଲାର କୋଟପାଡ, କୁନ୍ଦୁରା, ବୈପାରିଗୁଡା, କୋରାପୁଟ, ଜୟପୁର, ସେମିଳିଗୁଡା, ପଟାଙ୍ଗି, ଦଶମନ୍ତପୁର, ନନ୍ଦପୁରର ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗୀ କୋରାପୁଟ ସଂସ୍କୁୃତିରେ ଚିତ୍ର ଆଙ୍କିଥିଲେ । ୩ ବିଭାଗର ୧୦ ଜଣ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏଠାରେ ୬୫ଟି ଫଟୋ ଚିତ୍ର ପ୍ରଦଦର୍ଶିତ ହୋଇଛି ।
ଅନ୍ୟ ମାନଙ୍କ ମଧ୍ୟରେ ପୁବତନ ଜିଲା ସଂସ୍କୃତି ଅଧିକାରି କୃଷ୍ଣ ଚନ୍ଦ୍ର ନିଶଙ୍କ, କଳା ବିଦ୍ୟାଳୟର ପ୍ରଶିକ୍ଷକ ପଦ୍ମ ଚରଣ ଚୌଧୁରି, କ୍ରିଷ୍ଣା ପାଙ୍ଗୀ, ସୌଭାଗ୍ୟ ପାତ୍ର, ରିଙ୍କି ପାଣିଗ୍ରାହୀ, କଲ୍ୟାଣି ସ୍ୱାଇଁ, କେ ସୁନିଲ କୁମାର, ସୁରେନ୍ଦ୍ର ବାଘ ସହଯୋଗ କରିଥିଲେ । ଆଲୁମିନି ଛାତ୍ର ଦିପକ ଦାଶ, ଶ୍ରୀକାନ୍ତ ବାରିକ, ନୃସିିଂହ ଷଡଙ୍ଗୀ, ପି ଶ୍ରୀନିବାସ, ସୁରେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି