
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଖୁବଶୀଘ୍ର ଦେଶାନ୍ତର ହେବେ ଜଗତସିଂହପୁର ଜିଲ୍ଲାରୁ
ଚିହ୍ନଟ ହୋଇଥିବା 20 ଜଣ ବାଂଲାଦେଶୀ । ରାଜ୍ୟରେ
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । 2109 ଜଣ ସନ୍ଦୀଗ୍ଧଙ୍କୁ କରାଯାଇଛି ଯାଞ୍ଚ । ସେଥିରୁ 2025 ଜଣ ଭାରତୀୟ ଭାବେ ମୁକ୍ତ ହୋଇଥିବା ବେଳେ 13 ଜଣଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି । 71 ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି ।
ଭୁବନେଶ୍ୱରରେ 24 ଜଣ, କଟକରେ 15,ବ୍ରହ୍ମପୁରରେ 6,ଗଞ୍ଜାମରେ 1,କନ୍ଧମାଳରେ 4,କୋରାପୁଟରେ 1,ଜଗତସିଂହପୁରରେ 20 ଜଣଙ୍କୁ ଚିହ୍ନଟ
କରାଯାଇଛି । 71 ଜଣ ଭିତରୁ 48 ଜଣଙ୍କୁ ଦେଶାନ୍ତର
କରାଯାଇଛି । 2 ଜଣ ବାଂଲାଦେଶୀ ଅନୁପ୍ରବେଶକାରି ଜାଲ କାଗଜପତ୍ର ଦେଇ
ନିଜ ନାମରେ ଭାରତୀୟ ପାସପୋର୍ଟକରିଛନ୍ତି । ସେମାନଙ୍କ
ନାମରେ ମୋକଦମା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ
ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା