ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ଜାଳିବା ପ୍ରସଙ୍ଗ
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ଜାଳିବା ପ୍ରସଙ୍ଗ । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରିର ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦ
ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର     ଜାଳିବା ପ୍ରସଙ୍ଗ


ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଓ ଘର ଜାଳିବା ପ୍ରସଙ୍ଗ । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି ।

ମାଲକାନଗିରିର ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ । ଆଜି ଖବରକାଗଜରେ

ବାହାରିଛି, କିନ୍ତୁ ଘଟଣା ଦୁଇ ଦିନ ତଳର । ଗୃହ ବିଭାଗ ଓ ଗୁଇନ୍ଦା

ବିଭାଗ ଶୋଇଥିଲେ କି ? 50 ଘର ପୋଡ଼ିଲା, ଦୁଇ ଗୋଷ୍ଠୀ ଭିତରେ ବିବାଦ ହେଲା । ହେଲେ ପୋଲିସ

କେମିତି ଜାଣିପାରିଲା ନାହିଁ ।ମାଲକାନାଗିରି ଆଇନଶୃଙ୍ଖଳା କ୍ଷେତ୍ରରେ ସମ୍ବେଦନଶୀଳ ଜିଲ୍ଲା ।

ସେଠାରେ ଏଭଳି ଘଟଣା ଘଟିବା ଦର୍ଶାଉଛି ଯେ, ଆଇନଶୃଙ୍ଖଳା

ନିୟନ୍ତ୍ରଣରେ ସରକାର ବିଫଳ । କେନ୍ଦ୍ର ସରକାର କହିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ

କର । କିନ୍ତୁ ସେହି କେନ୍ଦ୍ର ସରକାର ବାଂଲାଦେଶୀ ମାନଙ୍କୁ ସେଠାରେ ରଖିଥିନଲେ କି ? ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ ନେଇ ଗୃହରେ ଭୁଲ ତଥ୍ୟ

ଦିଅନ୍ତୁ ନାହିଁ । ତତକ୍ଷଣାତ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପାଇଁ ତତକ୍ଷଣାତ୍

ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande