ଦେଢବର୍ଷରେ ଲାଂଚ ନେଇ ଧରାପଡିଛନ୍ତି 20 ପୋଲିସ
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଦେଢ ବର୍ଷ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୦ଜଣ ପୋଲିସ ଅଧିକାରୀ/କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେହିପରି ଦେଢ଼ ମଧ୍ୟରେ, ୨୭୧ ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କୁ ବିଭିନ୍ନ ମକଦ୍ଦମା
ଦେଢବର୍ଷରେ ଲାଂଚ ନେଇ ଧରାପଡିଛନ୍ତି 20 ପୋଲିସ


ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଦେଢ ବର୍ଷ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ

ଦ୍ବାରା ୨୦ଜଣ ପୋଲିସ ଅଧିକାରୀ/କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେହିପରି

ଦେଢ଼ ମଧ୍ୟରେ, ୨୭୧ ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କୁ ବିଭିନ୍ନ

ମକଦ୍ଦମାରେ ଗିରଫ କରାଯାଇଛି । ୧୭୪ ଜଣ ସରକାରୀ ଅଧିକାରୀ/କର୍ମଚାରୀ ଭିଜିଲାନ୍ସ କୋର୍ଟରେ

ଦଣ୍ଡିତ ହୋଇଛନ୍ତି । ୩୩ ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ୬୫ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କ ପେନସନ ବନ୍ଦ

କରିଦିଆଯାଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande