
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ନଦୀ ବୁଡି ନେଇଛି 1750 ଜୀବନ । ସମୁଦ୍ର
ନେଇଛି 82 ପ୍ରାଣ । 2022-2025 ଭିତରେ ଆସିଥିବା
ଏହି ତଥ୍ୟ ଉଦବେଗଜନକ ରହିଛି । କଟକରେ ସର୍ବାଧିକ 179, କେନ୍ଦ୍ରାପଡ଼ାରେ 110, ମୟୂରଭଞ୍ଜରେ 154,
ସମ୍ବଲପୁରରେ 107, କେନ୍ଦୁଝରରେ 160 ର ଚିତ୍ର ଚିନ୍ତା
ବଢ଼ାଇ ଦେଇଛି । କେବଳ 2025 ରେ 427 ଜଣ ବୁଡି ମରିଛନ୍ତି । ବିଜେଡି ବିଧାୟକ ବିଭୂତି
ବଳବନ୍ତରାୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା