
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଶୂନ୍ୟକାଳରେ ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସ ଉଠାଇଲେ
ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ । ଶିକ୍ଷକ ଧାରଣାରେ ବସିଛନ୍ତି । ପ୍ରାଥମିକ ଶିକ୍ଷକ ଶୀତରେ
ବସିଛନ୍ତି ରାଜରାସ୍ତାରେ । ଦୁଇ ଦଫା ଦାବି ପୂରଣ ପାଇଁ ବସିଛନ୍ତି । ସରକାର କାହିଁକି ଦାବି
ପୂରଣ ଦିଗରେ ସମୟ ଗଡାଉଛନ୍ତି ? ଏ ଦାବି କିଛି ସମୟ
ଭିତରେ ପୂରଣ ହୋଇପାରିବ । ଶିକ୍ଷକଙ୍କ ଦୁଃଖ ଶୁଣନ୍ତୁ ସରକାର ବୋଲି ସେ ଦାବି କରିଛନ୍ତି ।
ଅନ୍ୟପଟେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ବି ଏକାଧିକ ଦାବି ନେଇ
ରାଜରାସ୍ତାରେ ବସିଛନ୍ତି । ଶିକ୍ଷକ ଅଭାବ ଅଛି । ଏସଆଇ ପରୀକ୍ଷା ଦୁର୍ନୀତିରେ ସମ୍ପୃକ୍ତି ଥିବା
ସିଲିକନ ସଂସ୍ଥାକୁ ସେମାନଙ୍କ ଅଭିଯୋଗ ପୋର୍ଟାଲ ଦାୟିତ୍ଵ ଦିଆଯାଇଛି । ସିଲିକନ ସଂସ୍ଥା କଳା
ତାଲିକାଭୁକ୍ତହେବା ପରେ ପୋର୍ଟାଲ
ଏବେ ବନ୍ଦ ହୋଇଯାଇଛି । ଏସଏସପିଅଧ୍ୟାପକ ମାନେ ବି
ଆନ୍ଦୋଳନରେ ବସିଛନ୍ତି । ସେମାନଙ୍କ ଦାବି ସରକାରୀ ମାନ୍ୟତା ଦିଆଯାଉ । ସରକାର କାହିଁକି ଦାବି
ପୂରଣ ଦିଗରେ ପଦକ୍ଷେପ ନେଉନାହାନ୍ତି । ଏମାନେ ସମସ୍ତେ ଆମ ପାଇଁ ଅମୂଲ୍ୟ ରତ୍ନ ବୋଲି ବିଜେଡ଼ି
ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା