ବାରହା ମାଂସ ଜବତ, ତିନି ଗିରଫ
ଚମ୍ପୁଆ, ୮ଡିସେମ୍ବର (ହି.ସ.)- ବାରହା ମାରି ମାଂସ କାଟୁଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଖବର ଅନୁସାରେ, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସେକ୍ସନର ମୁଟୁଦା ଗାଁ ପାଖ ସୁନା ନଦୀ ନିକଟରେ ଫାସ ପକାଇ ବାରହା ମାରି ଗାଁ ରେ ମାଂସ କାଟୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟର
ବାରହା ମାଂସ ଜବତ, ତିନି ଗିରଫ


ଚମ୍ପୁଆ, ୮ଡିସେମ୍ବର (ହି.ସ.)- ବାରହା ମାରି ମାଂସ କାଟୁଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଖବର ଅନୁସାରେ, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସେକ୍ସନର ମୁଟୁଦା ଗାଁ ପାଖ ସୁନା ନଦୀ ନିକଟରେ ଫାସ ପକାଇ ବାରହା ମାରି ଗାଁ ରେ ମାଂସ କାଟୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଫରେଷ୍ଟର ତ୍ରିନାଥ ଜେନା ସଦଳବଳେ ଅତର୍କିତ ଚଢଉ କରି ଘଟଣାସ୍ଥଳରୁ ଦଶ କେଜି ବାରହା ମାଂସ ଜବତ କରିବା ସହିତ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ତା' ସହିତ ମାଂସ କଟାରେ ବ୍ୟବହୃତ ଛୁରୀ, ପନିକି ଜବତ କରିଛି ବନ ବିଭାଗ। ଗିରଫ ତିନି ଜଣ ଦଡୁଆଁ ଗ୍ରାମର ଗୁରୁଚରଣ ମୁଣ୍ଡା, ସୁରେନ୍ଦ୍ର ମୁଣ୍ଡା ଓ ରାଜେନ୍ଦ୍ର ମୁଣ୍ଡା ବୋଲି ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande