ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି 50,10871 ଟଙ୍କା
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ନୂଆ ସରକାର ଆସିବା ପରେ ମନ୍ତ୍ରୀଙ୍କ କ୍ୱାର୍ଟର ମରାମତି ଖର୍ଚ୍ଚର ହିସାବ ରଖିଲେ ରାଜ୍ୟ ସରକାର | ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ହୋଇଛି 3 କୋଟି 39 ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି 50,10871 ଟଙ୍କା


ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ନୂଆ ସରକାର ଆସିବା ପରେ ମନ୍ତ୍ରୀଙ୍କ କ୍ୱାର୍ଟର ମରାମତି

ଖର୍ଚ୍ଚର ହିସାବ ରଖିଲେ ରାଜ୍ୟ ସରକାର | ମୁଖ୍ୟମନ୍ତ୍ରୀ ଓ

ମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ମରାମତିରେ ଖର୍ଚ୍ଚ ହୋଇଛି 3 କୋଟି 39 ଲକ୍ଷ ଟଙ୍କା ।

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି 50 ଲକ୍ଷ 10 ହଜାର 871 ଟଙ୍କା | ଅନ୍ୟ ଏକ ସରକାରୀ

ବାସଭବନ ମରାମତିରେ 23 ଲକ୍ଷ 47 ହଜାର 487 ଟଙ୍କା ।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ସରକାରୀ ବାସଭବନ

ମରାମତିରେ ଖର୍ଚ୍ଚ ହୋଇଛି 28 ଲକ୍ଷ 21 ହଜାର 230 ଟଙ୍କା | ଏହା ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ 25 ଲକ୍ଷ 74 ହଜାର 672 ଟଙ୍କା ଖର୍ଚ୍ଚ ହୋଇଛି | ଉଚ୍ଚଶିକ୍ଷା ମନ୍ତ୍ରୀ 25 ଲକ୍ଷ 72 ହଜାର 517 ଟଙ୍କା ଖର୍ଚ୍ଚ ହୋଇଛି | ନିଜ ସରକାରୀ ବାସଭବନରେ ସବୁଠାରୁ କମ ଖର୍ଚ୍ଚ କରିଥିବା ମନ୍ତ୍ରୀ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ । ବିଧାୟକ ଗୌତମ ବୁଧ ଦାସଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande