
ଭୁବନେଶ୍ୱର, ୦୮ ଡିସେମ୍ବର (ହି.ସ)- ୧୩ ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଲୟର ଶିକ୍ଷକ ସଂଗଠନ ପକ୍ଷରୁ ଲୋୟର ପିମଜିରେ ବିଶାଳ ଧାରଣା ଦିଆଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା ଦାବି ଏବଂ ଏଚରାମେସ୍ ଆଡି ଖୋଲିବା ସହ ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦାବି କରିଛି ସଂଗଠନ। ଏହାସହ ସମାନ କାମକୁ ସମାନ ଦରମା। ପିଇଟି, ମ୍ୟୁଜିକ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ ପେ ପ୍ରଦାନ , ପ୍ରତ୍ୟେକ ଓଏଭି ରେ ପିଜିଟ୍ ଓଡ଼ିଆ ପୋଷ୍ଟିଂ ଦେବା ସହିତ ହିନ୍ଦୀ ଓ ସଂସ୍କୃତ ରେ ପିଜିଟ୍ ପୋଷ୍ଟ ତିଆରି କରିବା . ପ୍ରତ୍ୟେକ ଓଏଭି କୁ ପି.ଏମ.ଶ୍ରୀ ସ୍କୁଲ ମାନ୍ୟତା , ପ୍ରତ୍ୟେକ ଓଏଭି ରେ ଆଟର୍ସ ଷ୍ଟିମ୍ ଖୋଲିବା ଏବଂ ପ୍ରତ୍ୟେକ ଓଏଭି ରେ ଓଏଭି କର୍ମଚାରୀ ପିଲାଙ୍କ ସିଟ୍ ପାଇଁ ସଂରକ୍ଷଣ କରିବାକୁ ଦାବି କରିଛି। ଏହା ବ୍ୟତୀତ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗ ର କର୍ମଚାରୀମାନଙ୍କର ଏବଂ ପ୍ରିନିସପାଲ୍ ମାନଙ୍କର ପଦୋନ୍ନତି ବ୍ୟବସ୍ଥା କୁ ନିୟମିତ କରିବା, ପ୍ରତ୍ୟେକ ଓଏଭି ରେ କ୍ଲର୍କ ପଦ ସୃଷ୍ଟି ହେବା ତଥା ଆଗରୁ ଥିବା କିଛି କ୍ଲର୍କ କର୍ମଚାରୀକୁ ନିୟମିତ କରିବା. ଓଏଭି ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ କରିବା , ପୁନର୍ବାର ପିଜିଟି ଭାବେ ଯୋଗଦେବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ , ଆର୍ଟ ଟିଚର ପୋଷ୍ଟ କୁ ଟିଜିଟ୍ ଆର୍ଟ ମାନ୍ୟତା ଦେବା ଏବଂ ରିହାବିଲଟେସନ ଏବଂ ଡେଥ୍ ଗ୍ରାଚୁଇଟି କୁ ଅଗ୍ରାଧିକାର ଦେବାକୁ ଦାବି କରିଛି ଶିକ୍ଷକ ସଂଗଠନ ।
ସରକାର ଆମ ଦାବି ମାନି ନିଅନ୍ତୁ ନହେଲେ ଡିସେମ୍ବର ୮ ରୁ ପିମଜି ରାଜ ରାସ୍ତାରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ବୋଲି ରାଜ୍ୟ ସଭାପତି ରିପୁଦମନ ମିଶ୍ର ଏବଂ ରାଜ୍ୟ ସଂପାଦକ ସୁଭାଶିଷ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା