ଆମ୍ବେଦକରଙ୍କ ଶ୍ରାଦ୍ଧୋତ୍ସବ ପାଳିତ
ଭଦ୍ରକ, ୯ ଡିସେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ବୁଦ୍ଧ ଆମ୍ବେଦକର ଶେବାଶ୍ରମ ବୋଡକପାଟଣା ଠାରେ ବି.ଏଚ୍‌.ପି ଟ୍ରଷ୍ଟର ଡଃ.ଭୀମ୍‌ରାଓ ଆମ୍ବେଦକରଙ୍କ ୭୦ ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଇଂ.ରାଜୀବ ଲୋଚନ ଯେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଧିମାନ ପଂଚାନନ ଜେନା,ପ୍ରକୃତି
AMBEDKARA SRADHOSTAVA PHOTO


ଭଦ୍ରକ, ୯ ଡିସେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ବୁଦ୍ଧ ଆମ୍ବେଦକର ଶେବାଶ୍ରମ ବୋଡକପାଟଣା ଠାରେ ବି.ଏଚ୍‌.ପି ଟ୍ରଷ୍ଟର ଡଃ.ଭୀମ୍‌ରାଓ ଆମ୍ବେଦକରଙ୍କ ୭୦ ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଇଂ.ରାଜୀବ ଲୋଚନ ଯେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଧିମାନ ପଂଚାନନ ଜେନା,ପ୍ରକୃତି ବନ୍ଧୁ ଦେବଦାସ ରାୟଗୁରୁ, ସାମାଜିକ କାର୍ଯ୍ୟକର୍ତା ଗୟାଧର ଯେନା,ଇଂ.ରଜନୀ ଯେନା, ଦିପ୍ତିମୟୀ ଖିଲାର, ପ୍ରିୟଙ୍କା ନାୟକ, ସତ୍ୟଜିତ୍ ଦାସ,ଜୟଭୀମ ଜଗତ କଲ୍ୟାଣ ଯେନା ପ୍ରମୁଖ ଆମ୍ବେଦକରଙ୍କ ସମ୍ବିଧାନ ପ୍ରଣେତା ଉପରେ ବକ୍ତବ୍ୟ ରଖିଥିଲେ । ସକାଳେ ବହୁଜନ ପତକା ଉତୋଳନ ସହ ଜୀବନ ସଙ୍ଗୀତ ଗାନ କରାଯାଇଥିଲା । ରମେଶ ଜେନା, ବିଷ୍ଣୁ ମୋହନ ଜେନା, ଶୁରେଶ ସ୍ୱାଇଁ, ଅର୍ଣ୍ଣପୂନ୍ନା ଜେନା, ପିତାମ୍ବର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande