ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
ନୂଆପଡ଼ା,୯ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନୂଆପଡ଼ା ଜାତୀୟ ରାଜପଥର ବରଗାଁ ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମର ଦୀନବନ୍ଧୁ ପୁଞ୍ଜିଁଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଓ ଗ୍ରାମବାସୀ ଆର୍ôଥକ ସହାୟତା ଦାବୀ ଦେଇ ଖଡ଼ିଆଳ ସହରର ଥାନା ଛକ
Accident


ନୂଆପଡ଼ା,୯ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନୂଆପଡ଼ା ଜାତୀୟ ରାଜପଥର ବରଗାଁ ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମର ଦୀନବନ୍ଧୁ ପୁଞ୍ଜିଁଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଓ ଗ୍ରାମବାସୀ ଆର୍ôଥକ ସହାୟତା ଦାବୀ ଦେଇ ଖଡ଼ିଆଳ ସହରର ଥାନା ଛକ ଠାରେ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖଡିଆଳ ଥାନାଧିକାରୀ ଦିଲୀପ କୁମାର ସାହୁ ଘଟଣା ସ୍ଥଳକୁ ଆସି ଅବରୋଧ କରିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା। ଆଜି ସକାଳ ସମୟରେ ଦୀନବନ୍ଧୁ ପୁଞ୍ଜି ଦଶାହ କାର୍ଡ ଦେବାକୁ ସମ୍ପର୍କୀୟ ଗ୍ରାମ କମାଜୋରୀକୁ ଯାଇ ସେଠାରୁ ଫେରିବା ବେଳେ ଖଡ଼ିଆଳ ନୂଆପଡ଼ା ଜାତୀୟ ରାଜପଥର ବରଗାଁ ଛକ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande