ବିଜେପିର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ
କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତରେ କେନ୍ଦ୍ରାପଡ଼ା ବିଧାନସଭା ବିଧାୟିକା ପାର୍ଥିନି ଗୀତାଞ୍ଜଳି ସେଠୀ, ଜିଲ୍ଲା ସଭାପତି ଶଶାଙ୍କ ସେଠୀ
-------------ବିଜେପିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଲେ ମନ୍ତ୍ରୀ


କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତରେ କେନ୍ଦ୍ରାପଡ଼ା ବିଧାନସଭା ବିଧାୟିକା ପାର୍ଥିନି ଗୀତାଞ୍ଜଳି ସେଠୀ, ଜିଲ୍ଲା ସଭାପତି ଶଶାଙ୍କ ସେଠୀ ଓ ମଣ୍ଡଳ ସଭାପତି ଜଗନ୍ନାଥ ପଣ୍ଡାଙ୍କ ବଳିଷ୍ଠ ନେତୃତ୍ଵ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହେଇ ଭାରତ ବର୍ଷକୁ ଏକ ନମ୍ବର ରାଷ୍ଟ୍ର ରେ ପରିଣତ କରିବା ନିମନ୍ତେ ସହଭାଗିତା ଉଦ୍ଦେଶ୍ୟ ନେଇ ଅନ୍ୟ ଦଳ ଛାଡ଼ି କେତେକ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶତ୍ରୁଘ୍ନ ମଲ୍ଲିକ ସରପଞ୍ଚ ଡିହାପଡା, ରଜତ ପରିଡ଼ା ୱାର୍ଡ ମେମ୍ବର, ପୁନାନନ୍ଦ ପ୍ରଧାନ ୱାର୍ଡ ମେମ୍ବର ପାନ୍ତୁରି, ରଶ୍ମୀ ରଞ୍ଜନ ବାରିକ, ଘନଶ୍ୟାମ ସେଠୀ, ପଞ୍ଚାନନ ବାରିକ, ଶ୍ରୀଧର ମହାପାତ୍ର ପ୍ରମୁଖ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande