
ଜୟପୁର, ୦୯ ଡିସେମ୍ବର(ହି.ସ.) – ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ହରିଶ୍ଚନ୍ଦ୍ର ନୁଆଗୁଡା ଗ୍ରାମର ସହଦେବ ମାଛ(୫୧) ପିତାମ୍ବର ଗାଦବା(୩୩)। ଦେଶି ମଦ ଚାଲାଣ ସୂଚନା ପାଇ ଜୟପୁର ଅବକାରି ଥାନା ଆଜି ହରିଶ୍ଚନ୍ଦ୍ର ନୁଆଗୁଡା ରାସ୍ତାରେ ଚଢାଉ କରି ୨ ଅଭିଯୁକ୍ତ ଠାରୁ ୧୫ ଲିଟର ଦେଶି ମଦ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ତରଫରୁ ସୁଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି