କୃଷ୍ଣ ଚନ୍ଦ୍ର ଜେନାଙ୍କ ଶ୍ରାଦ୍ଧୌତ୍ସବ ପାଳିତ
ଭଦ୍ରକ, ୯ ଡିସେମ୍ବର (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆୟୋଜିତ ସଭାରେ ସ୍ୱର୍ଗତଃ କୃଷ୍ଣ ଚନ୍ଦ୍ର ଶିକ୍ଷା ଜଗତ ପାଇଁ ଜ୍ଞାନର ସାଗର ଥିବା ବେଳେ ତାଙ୍କ ଶିକ୍ଷାଦାନ ବଳରେ ସହ ସହ ଛାତ୍ରଛାତ୍ରୀ ଆଜି ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ବୋଲି ଦ୍ୱିତୀୟ ଶ୍ରାଦ
KRUSHNA CH. JENA SRADHA UTSAV


ଭଦ୍ରକ, ୯ ଡିସେମ୍ବର (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆୟୋଜିତ ସଭାରେ ସ୍ୱର୍ଗତଃ କୃଷ୍ଣ ଚନ୍ଦ୍ର ଶିକ୍ଷା ଜଗତ ପାଇଁ ଜ୍ଞାନର ସାଗର ଥିବା ବେଳେ ତାଙ୍କ ଶିକ୍ଷାଦାନ ବଳରେ ସହ ସହ ଛାତ୍ରଛାତ୍ରୀ ଆଜି ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ବୋଲି ଦ୍ୱିତୀୟ ଶ୍ରାଦ୍ଧୋତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମାଧବ ଚନ୍ଦ୍ର ଜେନାଙ୍କ ଆବାହକତ୍ୱ,ସାହିତ୍ୟିକ ତଥା ଶିକ୍ଷାବିତ୍ ଜଗନ୍ନାଥ ପାତ୍ରଙ୍କ ମଂଚ ସଂଯୋଜନା ଏବଂ ଶିକ୍ଷାବିତ୍ ରଘୁନାଥ ସାହୁ ସ୍ମୃତି ସଭାକୁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ରତ୍ନାକର ମିଶ୍ର, ମଦନମୋହନ ମହାନ୍ତି, ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ଶିକ୍ଷାବିତ୍ ବାଇଧର ଜେନା, ମୁରଲୀ ଧର ଲେଙ୍କା ପ୍ରମୁଖ ସ୍ୱର୍ଗତଃ କୃଷ୍ଣ ଚନ୍ଦ୍ରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ମୃତି ପୁସ୍ତକ ‘ଜ୍ଞାନ ସାଗର କୃଷ୍ଣ ଚନ୍ଦ୍ର’ଙ୍କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଭଦ୍ରକ କଲେଜର ସଂଗଠକ ଅଭିମନ୍ୟୁ ବେହେରା, ଶ୍ରୀରାମ ମନ୍ଦିର ବଜାର କମିଟିର ସଭାପତି କୈଳାସ ଚନ୍ଦ୍ର ଜେନା, ସମ୍ପାଦକ ମନୋଜ କୁମାର ମହାପାତ୍ର ପ୍ରମୁଖଙ୍କୁ ଉତ୍ତରୀୟ,ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ଡ.କମଳାକାନ୍ତ ମିଶ୍ର ବେଦପାଠ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ତପସ୍ୱିନୀ ସେନାପତି ସ୍ୱାଗତ ଅଭିଭାଷଣ ରଖିଥିଲେ । ଶେଷରେ ଅଂଶୁମାନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ବାଇଧର ଜେନା, ନାରାୟଣ ଚନ୍ଦ୍ର ପାଢୀ, ଶାନ୍ତିଲତା ସେନାପତି ଶର୍ମିଷ୍ଠା ସେନାପତି, ଅନାଦି ଚରଣ ଓଝା, ମଦନ ମୋହନ ମହାନ୍ତି, ସଂସ୍କୃତି ବିକାଶ ମିଶ୍ର,ଅଙ୍କିତା ସେନାପତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande