କନକଲତା ମାଝୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ
କୋରେଇ, ୯ ଡିସେମ୍ବର (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଂଚାୟତର ବରପଦା ଗ୍ରାମର ପ୍ରାକ୍ତନ ସରପଂଚ ଗୋପବନ୍ଧୁ ମାଝୀଙ୍କ ପତ୍ନୀ ତଥା ଯୁବ ନେତା ଗୋଲକ ଚନ୍ଦ୍ର ମାଝୀଙ୍କ ମା କନକଲତା ମାଝୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି । ଜଣେ ଧର୍ମପରାୟଣା ମହିଳା ଭାବେ କନକଲତା ସମଗ୍ର
କନକଲତା ମାଝୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ


କୋରେଇ, ୯ ଡିସେମ୍ବର (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଂଚାୟତର ବରପଦା ଗ୍ରାମର ପ୍ରାକ୍ତନ ସରପଂଚ ଗୋପବନ୍ଧୁ ମାଝୀଙ୍କ ପତ୍ନୀ ତଥା ଯୁବ ନେତା ଗୋଲକ ଚନ୍ଦ୍ର ମାଝୀଙ୍କ ମା କନକଲତା ମାଝୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି । ଜଣେ ଧର୍ମପରାୟଣା ମହିଳା ଭାବେ କନକଲତା ସମଗ୍ର ପଂଚାୟତରେ ପରିଚିତ ଥିଲେ । ତାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଯାଜପୁରର ପ୍ରାକ୍ତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଦାସ ଫାଉଣ୍ଡେସନର ମହାସଚିବ ଭବ ପ୍ରସାଦ ଦାସ, ପୂର୍ବତନ ବିଧାୟକ ଅଶୋକ କୁମାର ବଳ, ପ୍ରୀତିରଂଜନ ଘଡାଇ, କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା, ହରେକୃଷ୍ଣ ସାହୁ, ଯୁବ ନେତା ସୌମ୍ୟରଂଜନ ଧଳ, ବଳରାମ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭାଜେନା, ସୁରେଖା ସେଠୀ, ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସଭାପତି ଦୈତାରୀ ଧଳ ସମେତ ସମସ୍ତ କମିଟି ସଦସ୍ୟ ସରପଂଚ ଜୟନ୍ତ ନାୟକ, ସମିତିସଭ୍ୟ ମଧୁସୂଦନ ନନ୍ଦୀ, ଅଂଚଳର ସମସ୍ତ ନିର୍ବାଚିତ ପ୍ରତିନିଧି, ରାଜନେତା, ବୁଦ୍ଧିଜିବୀ ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande