ଜିଲ୍ଲା ସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ, ରାଜସ୍ଵ ଆଦାୟ ଉପରେ ଗୁରୁତ୍ଵ
କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନ୍ଦ୍ର କୁମାର ମଲିକ, ନବକ୍ରୀଷ୍ଣ ଜେନା (ସାଧା
ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ, ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ


କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନ୍ଦ୍ର କୁମାର ମଲିକ, ନବକ୍ରୀଷ୍ଣ ଜେନା (ସାଧାରଣ), ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ସୁପର ଭାଇଜର, ଜିଲ୍ଲା ରାଜସ୍ୱ ଅଧିକାରୀ, ଅବକାରୀ ଅଧିକ୍ଷକ, ପୁର୍ତ ଓ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବାଲି ସୈରାତ, ଖଣି ଖାଦାନ ଗୁଡିକର ରାଜସ୍ୱ ଆଦାୟ, ବେଆଇନ ଭାବରେ ଚାଲିଥିବା ମାଟି ଉଠାଣ ବନ୍ଦ କରିବା, ରାଜସ୍ୱ ମାମଲା ଫଏସଲା ଯଥା-ଜବରଦଖଲ ଉଚ୍ଛେଦ, ବସୁନ୍ଧରା ସର୍ଭେ, ଖଜଣା ଆଦାୟ, (ଖାତା) ଜମିପଟା ସଂଶୋଧନ, ଦାଖଲ, ଖାରଜ ମାମଲା ଫଏସଲା, ବିଭିନ୍ନ ଲାଇନ ଡିପାଟମେଣ୍ଟ ରୁ ମାଗିଥିବା ଜାଗାକୁ ଚିହ୍ନଟ କରି ସେମାନଙ୍କୁ ପ୍ରଦାନ କରିବା, ଜିଲ୍ଲାରେ ବସବାସ କରୁଥିବା ଭୂମିହୀନଙ୍କୁ ଚିହ୍ନଟ କରି ପଟା ପ୍ରଦାନ ଆଦି ସଂପର୍କରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande