ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ, ୨ ଲକ୍ଷ ୪୧ ହଜାର କ୍ୟୁଂଟାଲ ମାଣ୍ଡିଆ ସଂଗ୍ରହ ନେଇ ଲକ୍ଷ ଧାର୍ଯ୍ୟ
ଜୟପୁର, ୦୯ ଡିସେମ୍ବର(ହି.ସ.) – ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ବୈଠକ କୋରାପୁଟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା ଓ ଚଳିତ ବର୍ଷ ୨ ଲକ୍ଷ ୪୧ ହଜାର କ୍ୟୁଂଟାଲ ମାଣ୍ଡିଆ କ୍ରୟ କରାଯିବା ନେଇ ଧାର୍ଯ୍ୟ କରାଯାଇଛି ଓ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତରେ ଆୟୋଜିତ ବୈଠକରେ ଚଳିତ
ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ , ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ ନେଇ ଲକ୍ଷ ଧାର୍ଯ୍ୟ


ଜୟପୁର, ୦୯ ଡିସେମ୍ବର(ହି.ସ.) – ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ବୈଠକ କୋରାପୁଟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା ଓ ଚଳିତ ବର୍ଷ ୨ ଲକ୍ଷ ୪୧ ହଜାର କ୍ୟୁଂଟାଲ ମାଣ୍ଡିଆ କ୍ରୟ କରାଯିବା ନେଇ ଧାର୍ଯ୍ୟ କରାଯାଇଛି ଓ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତରେ ଆୟୋଜିତ ବୈଠକରେ ଚଳିତ ବର୍ଷ ଜିଲ୍ଲା ର ୧୨ଟି ବ୍ଲକ ୪୫ଟି ମଣ୍ଡିରେ ମାଣ୍ଡିଆ କ୍ରୟ କରାଯିବ, ଏଥିପାଇଁ ୧୨ ହଜାର ୮୨୩ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ, କ୍ୟୁଂଟାଲ ପିଛା ୪ ହଜାର ୮୪୬ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତି କରାଯାଇଛି, ତେବେ ଚଳିତ ବର୍ଷ ଜିଲ୍ଲାରେ ୨ ଲକ୍ଷ ୪୧ ହଜାର କ୍ୟୁଂଟାଲ ମାଣ୍ଡିଆ ସଂଗ୍ରହ କରାଯିବ ବୋଲି ନିଷ୍ପତି ନିଆଯାଇଛି ଓ ସେହିଭଳି ଜିଲ୍ଲାରେ ୧୨ ହଜାର ୨ ଶହ ହେକ୍ଟର ଜମିରେ ମୁଗ, ବିରିଓ ଡାଲିଜାତୀୟ ଫସଲ ହୋଉଥିବାରୁ ଏହାକୁ କ୍ରୟ କରାଯିବ ଓ ଏହାର କ୍ୟୁଂଟାଲ ପିଛା ୮ ହଜାର ଟଙ୍କା ରଖା ଯାଇଥିବା ପ୍ରକାଶ କରିଛନ୍ତି ଓତେବେ ସମସ୍ତ ମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ପାନୀୟ ଜଳ, ପାଇଖାନା ଓ ବିଶ୍ରାମ ଗୃହ ଆଦି ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଉଛନ୍ତି ଓ ସାଂସଦ ପ୍ରତିନିନ୍ଧି ମନୋଜ ଆଚାର୍ଯ୍ୟଙ୍କ ସହ ସମସ୍ତ ଅଧିକାରୀ ଓ ଚାଷୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande