ପାଣିକୋଇଲିରେ ସଡକ ସୁରକ୍ଷା ସଚେତନତା
କୋରେଇ, ୯ ଡିସେମ୍ବର (ହି.ସ.)- ପାଣିକୋଇଲି କାର୍ଯ୍ୟରତ ସାମ୍ବାଦିକ ସମୂହ ପକ୍ଷରୁ ପାଣିକୋଇଲି ବଜାରରେ ପରିବହନ ବିଭାଗ, ପୁଲିସ, ରାଜପଥ ପେଟ୍ରୋଲିଂଗ ଓ ସମାଜସେବୀଙ୍କ ସହାୟତାରେ ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିନା ହେଲମେଟରେ ଯାତ୍ରା କରୁଥିବା ବାଇକ ଆରେହୀ, କଲେଜ
ପାଣିକୋଇଲିରେ ସଡକ ସୁରକ୍ଷା ସଚେତନତା


କୋରେଇ, ୯ ଡିସେମ୍ବର (ହି.ସ.)- ପାଣିକୋଇଲି କାର୍ଯ୍ୟରତ ସାମ୍ବାଦିକ ସମୂହ ପକ୍ଷରୁ ପାଣିକୋଇଲି ବଜାରରେ ପରିବହନ ବିଭାଗ, ପୁଲିସ, ରାଜପଥ ପେଟ୍ରୋଲିଂଗ ଓ ସମାଜସେବୀଙ୍କ ସହାୟତାରେ ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିନା ହେଲମେଟରେ ଯାତ୍ରା କରୁଥିବା ବାଇକ ଆରେହୀ, କଲେଜ ଛାତ୍ରମାନଙ୍କୁ ବିଶେଷ କରି ସଚେତନତା କରାଯାଇଥିଲା । ହେଲମେଂଟ ପିନ୍ଧିଥିବା ଆରୋହୀଙ୍କୁ ଗୋଲାପ ଫୁଲ, ଚକ୍‌ଲେଟ ଓ ବିନାହେଲମେଂଟ ଧାରୀଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ଏମଭିଆଇ ପ୍ରଦୀପ୍ତ ବେହେରା, ଟି କିଶୋର କୁମାର, ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି, ସବଇନ୍ସପେକ୍ଟର ପ୍ରଶାନ୍ତ ଦାଶ, ସୁମିତ କୁଜୁର, ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ, ସମାଜସେବୀ ଶରତ ଚନ୍ଦ୍ର ଦାଶ, କେଶବ ରାଓ ଭୁକ୍ତାଙ୍କ ସମେତ କାର୍ଯ୍ୟରତ ସମ୍ବାଦିକ ସୁବାସ ଧଳ, ମନୋଜ ସାହୁ, ତୁଷାର ବେଉରା, ପ୍ରଦୀପ ମାଝୀ, ମାନସ ଧଳ, ଭାସ୍କର ସାହୁ, ତାରିଣୀ ପଟ୍ଟନାୟକ, ଅଶୋକ କୁମାର ଦାସ, ହରେକୃଷ୍ଣ ପଣ୍ଡା, ଶୋଭିନ ପରିଡା,ନବ କିଶୋର ସାହୁ, ଗୌରାଂଗ ମହୀ, ବସନ୍ତ କୁମାର ମଲିକ, ଉପେନ୍ଦ୍ର ପାତ୍ର, ବିକାଶ ମଲିକ, ସୌରପ୍ରତାପ ରାୟ, ରଂଜିତା ପରିଡା, ସୁନିଲ ଓଝା, ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବିନା ହେଲମେଂଟ ଧାରୀଙ୍କୁ ଅଟକାଯାଇ ସଚେତନ କରାଯାଇଥିଲା । ସାମ୍ବାଦିକ ମାନଙ୍କ ଏତାଦୃଶ ସଚେତନତା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande