ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରାଚୀର ପତ୍ରିକା ଆଇନାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ
ବଲାଙ୍ଗିର, 9 ଡିସେମ୍ବର ( ହି.ସ.) ୫:ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରାଚୀର ପତ୍ରିକା ଆଇନା ର ସ୍ୱତନ୍ତ୍ର ସଂଖ୍ୟା ଆମ ସମ୍ବିଧାନ ଆମ ସ୍ୱାଭିମାନ ଉନ୍ମୋଚିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରାଚୀର ପତ୍ରିକା ଆଇନାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ


ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରାଚୀର ପତ୍ରିକା ଆଇନାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ


ବଲାଙ୍ଗିର, 9 ଡିସେମ୍ବର ( ହି.ସ.)

୫:ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରାଚୀର ପତ୍ରିକା ଆଇନା ର ସ୍ୱତନ୍ତ୍ର ସଂଖ୍ୟା ଆମ ସମ୍ବିଧାନ ଆମ ସ୍ୱାଭିମାନ ଉନ୍ମୋଚିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଏହି ଆଇନା ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା କୁ ଉନ୍ମୋଚନ କରିବା ସହ ଛାତ୍ରୀ ମାନଙ୍କର ସୃଜନଶୀଳ ପ୍ରୟାସ କୁ ସ୍ୱାଗତ କରିଥିଲେ ଓ ନିଜ ବକ୍ତବ୍ୟରେ ସମ୍ବିଧାନର ମୂଲ୍ୟବୋଧ କୁ ଦୈନନ୍ଦିନ ଜୀବନରେ ଅବଲମ୍ବନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।ଏହି ପ୍ରାଚୀର ପତ୍ରିକାରେ ଭାରତୀୟ ସମ୍ବିଧାନ ର ଇତିହାସ,ମୂଳଭୂତ ଅଧିକାର ଓ କର୍ତ୍ତବ୍ୟ, ଡା.ବି.ଆର. ଆମ୍ବେଦକର ଙ୍କ ଅବଦାନ ସହ ସମ୍ବିଧାନ ଦିବସ ପାଳନ ସମ୍ପର୍କିତ ଚିତ୍ର ସମ୍ମିଳିତ ହୋଇଛି।ଏହି ଉନ୍ମୋଚନ ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାକର୍ମଚାରୀ ଓ ସ୍ଥାନୀୟ ବିଇଡି କଲେଜ ର ଗୁରୁ ଛାତ୍ର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande