କୁତରଙ୍ଗ ହାଇସ୍କୁଲରେ ଶିକ୍ଷକ ଅଭାବ, ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ
କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଂଚାୟତ ହାଇସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଛି । ୧୯୮୦ ମସିହାରୁ ସ୍ଥାପିତ ହୋଇଥିବା ଏହି ହାଇସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପରିତାପର ବ
-------------କୁତରଙ୍ଗ ହାଇସ୍କୁଲ ରେ ଶିକ୍ଷକ ଅଭାବ, ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ


କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଂଚାୟତ ହାଇସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବାଧା ସୃଷ୍ଟି ହୋଇଛି । ୧୯୮୦ ମସିହାରୁ ସ୍ଥାପିତ ହୋଇଥିବା ଏହି ହାଇସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପରିତାପର ବିଷୟ ଯେ, ମାତ୍ର ୨ ଜଣ ଶିକ୍ଷକ ସ୍କୁଲରେ ଥିବାବେଳେ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାହତ ହେଉଛି । ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ଆଗାମୀ ମାର୍ଚ୍ଚ ମାସରେ ଜଣେ ଶିକ୍ଷକ ଅବସର ନେବେ । ତେଣୁ ତୁରନ୍ତ ଏହି ହାଇସ୍କୁଲରେ ସମସ୍ତ ବିଷୟର ଶିକ୍ଷକଙ୍କୁ ନିଯୁକ୍ତି ଦେବାପାଇଁ ସରପଂଚ ଚିରରଂଜନ ଜେନାଙ୍କ ନେତୃତ୍ୱରେ ବିଦ୍ୟାଳୟ କମିଟିର ସଭାପତି ରାଜନ ପ୍ରସାଦ ଥାଟୋଇଙ୍କ ସମେତ ଅଭିମନ୍ୟୁ ମହାନ୍ତି, ସଂଜୀବ କୁମାର ଥାଟୋଇ, ସମିତି ସଭ୍ୟ ଅକ୍ଷୟ କୁମାର ସାହୁ, ରଂଜନ କୁମାର ଜେନା, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande