
ଧର୍ମଶାଳା,୯ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଂଚାୟତରେ ଥିବା ଐତିହାସିକ କାଏମା ପାହାଡ ପାଶ୍ୱର୍ରୁ ମୋରମ ତାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ରଖା ଯାଉଥିବାବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ସୂଚନା ଅନୁଯାୟୀ କାଏମା ପାହାଡ଼ ପାଶ୍ୱର୍ କଲ୍ୟାଣ ମଣ୍ଡପ ନିକଟରୁ ଆଜି ଜଣେ ଠିକାଦାର ଏକ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ପାହାଡରୁ ମୋରମ ତାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ଗଛିତ କରି ରଖୁଥିଲେ। ଯେଁଉ ସ୍ଥାନରେ ପୂର୍ବରୁ ବାଲି ଏବଂ ଡଷ୍ଟ ମହଜୁଦ ରଖାଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ବିରୋଧ କରିବା ସହ ମହରମ ଖୋଳାକୁ ବନ୍ଦ କରିଥିଲେ। ସେତେବେଳକୁ ଏହାଧିକ ଟ୍ରୀପ୍ ମୋରମ ସେଠାରେ ଗଛିତ ହୋଇ ଥିଲା। ଖବର ପାଇ ଠିକାଦାର ଘଟଣା ସ୍ଥଳରେ ପହଂଚି ଏଠାରେ କୌଣସି ଏକ ସରକାରୀ ଘର କରାଯିବ ବୋଲି କହିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଯାହାଫଳରେ ପାହାଡରୁ ମହରମ ତଡା ବନ୍ଦ ରହିଥିଲା । ତେବେ କାଏମା ପାହାଡ ଏକ ଐତିହ ସମ୍ପନ୍ନ ପାହାଡ ହୋଇ ଥିବା ବେଳେ ଏହା ନିକଟ ରୁ ବାରମ୍ବାର ଚୋରାରେ ମୋରମ ତଡାଯାଇ ଅନ୍ୟତ୍ର ଚାଲାଣ ହେଉଛି। ତହସିଲ ପ୍ରଶାସନ ଏଥିରେ ରୋକ ଲଗାଇବାକୁ ସାଧାରଣରେ ଦାବି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ