

ପୁରୀ, ୦୯ ଡିସେମ୍ବର(ହି.ସ.) – ପୁରୀ ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ସରକାରଙ୍କ ମାଲ ଦରିଆ ମେଁ ଡାଲ ନ୍ଯାୟରେ କୋଟି କୋଟି ଟଙ୍କା ଅଯଥା ବ୍ଯୟ ବରାଦ କରାଯାଉଛି ସୌନ୍ଦର୍ଯ୍ୟକରଣ ପାଇଁ ପାଚେରୀ ପାର୍ଶ୍ୱରେ ଥିବା ଝାଉଁଗଛ ବଢିପାରୁ ନାହିଁ। ବତା ବାଡ କରାଯାଇଥିବାରୁ ମଦ୍ୟପ ମାନଙ୍କ ଖୋଲା ଆସର ଜମୁଛି। ଆଲୋକୀକରଣ କରାଯାଇଥିଲେ ମଧ୍ୟ କେତେକ ଜଳଛି କେତେକ ଜଳୁନି ଆଉ କେତେକ ଧପଧପ ହେଉଛି। ମାଛ ଜେଟି ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ ବେସମେଂଟ ଉପରେ ପିଲର ପାଇଁ ଥିବା ଛଡ ଅନ୍ଧାରରେ ଭୂତ ପରି ଚାହିଁ ରହିଛି। ଜନଶୁଣାଣୀ କରାନଯାଇ ସେଠାରେ ତରବରିଆ ଭାବେ ୧୨ କୋଟି ଟଙ୍କାର ଜେଟି ନିର୍ମାଣ କରିବାରୁ ପରେ ବିରୋଧ ହେବାରୁ ସେହି କାମ ଦୀର୍ଘ ଦୁଇବର୍ଷ ଧରି ପଡି ରହିଛି। ଠିକାଦାର ତାହାକୁ କାଢି ପରିସ୍କାର ନକରିବା ଯୋଗୁ ଏହା ସୌନ୍ଦର୍ଯ୍ୟହାନି କରୁଛି। ଅନେକ ପର୍ଯ୍ୟଟକଙ୍କ ଗୋଡରେ ଲୁହାଛଡ ମାଡ ହୋଇ ଆହତ ହେଉଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜେଟି ନିର୍ମାଣ ଯୋଗୁ ଯେଉଁ କ୍ଷତି ଘଟିଲା ତାହା ଠିକାଦାର ଠାରୁ ଭରଣା କରିବା ପାଇଁ ସାଧାରଣରେ ଦାବି ହେଉଛି। ଦୈନିକ ପର୍ଯ୍ୟଟକ ସେଠାରେ କହୁଥିଲେ ସମୁଦ୍ରକୂଳ ସୌନ୍ଦର୍ଯ୍ୟକରଣ ପାଇଁ ଝାଉଁଗଛ ଲାଗୁଥିବା ବେଳେ ଏଠାରେ ୧୪ ଏମ ଏମ ଲୁହାଛଡ ଗଛ ଉଠିଛି। ଏଥିପ୍ରତି ପ୍ରଶାସନ ସଫା କରି ପୂର୍ବ ଅବସ୍ଥା ଫେରାଇବା ପାଇଁ ପର୍ଯ୍ୟଟକ ମାନେ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ