
କୋରେଇ, ୯ ଡିସେମ୍ବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ କରଦା ଦଧିବାମନ ଜୀଉ ମନ୍ଦିର ଓ ମଠ ପ୍ରାଂଗଣରେ ଆଜି ଏକ ସ୍କୁଟି ଜଳିଯାଇଛି। ପ୍ରକାଶ ଯେ, କରଦା ପଂଚାୟତ ବାଘନଟା ଗ୍ରାମର ସବରସାହିର କୁଶ ଜେନାଙ୍କ ପୁଅ ଲକ୍ଷ୍ମଣ ଜେନା ତାଙ୍କ ସ୍କୁଟିକୁ ନେଇ କରଦାରୁ ଯାଉଥିବା ସମୟରେ ହଠାତ ସ୍କୁଟିରେ ନିଆଁ ଲାଗିଥିଲା । ନିଆଁ ଦେଖି ଲକ୍ଷ୍ମଣ ସ୍କୁଟିଟି ଛାଡି ପଳାଇଥିଲେ । ଚାହୁଁ ଚାହୁଁ ସ୍କୁଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ