ସମାଜସେବୀ ଅଜିତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି
ଧର୍ମଶାଳା,୯ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ବିଶିଷ୍ଟ ଶିକ୍ଷାବିତ,ସୁବକ୍ତା ଓ ସମାଜସେବୀ ସ୍ୱର୍ଗତ ଅଜିତ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଚୋରମୁହାଁ ସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଜେନା ଉଚ୍ଚଶିକ୍ଷା ଲାଭକରି ଚାକିରି ପଛରେ ନ ଗୋଡ଼ାଇ ଜାରକା ଠାରେ ଫୌଜ ଇଣ୍
ସମାଜସେବୀ ଅଜିତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି


ଧର୍ମଶାଳା,୯ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ବିଶିଷ୍ଟ ଶିକ୍ଷାବିତ,ସୁବକ୍ତା ଓ ସମାଜସେବୀ ସ୍ୱର୍ଗତ ଅଜିତ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଚୋରମୁହାଁ ସ୍ଥିତ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଜେନା ଉଚ୍ଚଶିକ୍ଷା ଲାଭକରି ଚାକିରି ପଛରେ ନ ଗୋଡ଼ାଇ ଜାରକା ଠାରେ ଫୌଜ ଇଣ୍ଡିଆ ନାମରେ ଏକ ମାଗଣା ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ସହିତ ପ୍ରତିଭାର ବିକାଶ ଦିଗରେ ୨୫ବର୍ଷଧରି ନିରବଚ୍ଛିନ୍ନ କାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମଣିଷ ତିଆରି କାରଖାନାର ସେ ଥିଲେ ବିନ୍ଧାଣି। ସେ ଖାଲି ଶିକ୍ଷାବିତ ନଥିଲେ ରାଜନୈତିକ ପୃଷ୍ଠଭୂମିରେ ଜଣେ ଦକ୍ଷ ସଂଗଠକ ଓ ସୁବକ୍ତା ଥିଲେ। ତାଙ୍କ ଅକାଳ ବିୟୋଗରେ ଧର୍ମଶାଳା ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ସାମାଜିକ କର୍ମୀ ଦ୍ୱେବ୍ରତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,କଂଗ୍ରେସ ନେତା କିଶାନ ପଣ୍ଡା, ଶ୍ରୀନାଥ ମିଶ୍ର, ବିଜେପି ନେତା କାହ୍ନୁଚରଣ ଦାଶ, ସମାଜସେବୀ ମିନତୀ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ରମେଶ ଚନ୍ଦ୍ର ସିଂହ, ଦଳିତ ନେତା ନାରାୟଣ ମଲିକ, ଗୟାଧର ମଲିକ, ଓଡିଆ ସିନେ ଅଭିନେତା ଦୀପକ କୁମାର, କଥାକାର ଅର୍ଜୁନ ପୃଷ୍ଟି, ସନ୍ତୋଷ ଜେନା, ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ମାନସ ରଞ୍ଜନ ଜେନା, ଅବିନେଶ୍ୱର ଶତପଥୀ, କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳ, ସଂଗ୍ରାମ ଜେନା, ସନ୍ତୋଷ ତରାଇ, କାର୍ତିକ ମଲିକ, ଦୁଷ୍ମନ୍ତ ଜେନା, ସେକ କଲିମ, ସେକ ଆଲାଉଦ୍ଦିନ, ବସନ୍ତ ପରିଡ଼ା, ହରିହର ମଲିକ, ସୁନାକର ସାହୁ, ବିଜୟ ନାୟକ, ଧରଣୀଧର ସାହୁ, ଶ୍ୟାମସୁନ୍ଦର ସାମଲ, ଦିଗବିଜୟ ରାଉତ, ଶରତ ମୁଦୁଲି, ମନୋଜ ବେହେରା, ସୁଶାନ୍ତ ବେହେରାଙ୍କ ସମେତ ବହୁଛାତ୍ରଛାତ୍ରୀ ଓ ପରିବାର ଲୋକ ସ୍ୱର୍ଗତ ଜେନାଙ୍କ କାର୍ଯ୍ୟଧାରା ଓ ବିଚାରଧାରା ଉପରେ ଆଲୋକପାତ କରିଥିଲେ। ତାଙ୍କ ଅକାଳ ବିୟୋଗ ଧର୍ମଶାଳା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ କହିଥିଲେ। ଧର୍ମଶାଳା ନିର୍ବାଚମଣ୍ଡଳୀରୁ ବହୁ ସଂଗଠନର କର୍ମକର୍ତା ଯୋଗଦେଇଥିଲ। ପ୍ରାରମ୍ଭରେ ତାଙ୍କ ଅମର ଆତ୍ମର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande