ଆଦର୍ଶ ଶିକ୍ଷକଙ୍କୁ ଭାଗବତ ମହାନ୍ତି ସ୍ମୃତି ସମ୍ମାନ
କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡାର ଆଦର୍ଶ ଶିକ୍ଷକ ଭ୍ରମର ରାଉତଙ୍କୁ ଭାଗବତ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀ ରାଉତ ଜିଲ୍ଲାରେ ଶିକ୍ଷକ ସଂଘ ଓ ସଂଗଠନକୁ ଦିଗଦର୍ଶନ ଦେଇ ଶିକ୍ଷାର ବିକାଶ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନି
---------------ଆଦର୍ଶ ଶିକ୍ଷକଙ୍କୁ ଭାଗବତ ମହାନ୍ତି ସ୍ମୃତି ସମ୍ମାନ


କେନ୍ଦ୍ରାପଡା, ୯ ଡିସେମ୍ବର (ହି.ସ.)- କେନ୍ଦ୍ରାପଡାର ଆଦର୍ଶ ଶିକ୍ଷକ ଭ୍ରମର ରାଉତଙ୍କୁ ଭାଗବତ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ଶ୍ରୀ ରାଉତ ଜିଲ୍ଲାରେ ଶିକ୍ଷକ ସଂଘ ଓ ସଂଗଠନକୁ ଦିଗଦର୍ଶନ ଦେଇ ଶିକ୍ଷାର ବିକାଶ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସ୍ଵର୍ଗତଃ ମହାନ୍ତିଙ୍କ ଷଷ୍ଠ ସ୍ମୃତି ସମାରୋହରେ ଶ୍ରୀ ରାଉତଙ୍କୁ ଅତିଥି ମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande