ତ୍ରୁଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଥାନାରେ ମାମଲା
ଧର୍ମଶାଳା,୯ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଶାନ୍ତିବଜାରସ୍ଥିତ ଜଗନ୍ନାଥ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ଦୀର୍ଘ ବର୍ଷ ହେଲା ଚିକିତ୍ସାରେ ଅବହେଳା ଅଭିଯୋଗରେ ଛନ୍ଦିହୋଇ ରହିଥିବା ବେଳେ ଗତକାଲି ପୁଣି ଉକ୍ତ ମେଡିକାଲ ବିରୁଦ୍ଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ହସପିଟାଲ କତୃ
ତ୍ରୁଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଥାନାରେ ମାମଲା


ଧର୍ମଶାଳା,୯ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଶାନ୍ତିବଜାରସ୍ଥିତ ଜଗନ୍ନାଥ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ଦୀର୍ଘ ବର୍ଷ ହେଲା ଚିକିତ୍ସାରେ ଅବହେଳା ଅଭିଯୋଗରେ ଛନ୍ଦିହୋଇ ରହିଥିବା ବେଳେ ଗତକାଲି ପୁଣି ଉକ୍ତ ମେଡିକାଲ ବିରୁଦ୍ଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ହସପିଟାଲ କତୃପକ୍ଷଙ୍କ ଖାମଖିଆଲ ନିତି ଓ ଡାକ୍ତରଙ୍କ ତ୍ରୁଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ହୋଇଛି। ମୃତ ମହିଳା ଜଣକ ଧର୍ମଶାଳା ଥାନା ଭବାନୀପୁର ଗ୍ରାମର ଗୌରୀ ପଣ୍ଡିତଙ୍କ ପତ୍ନୀ ରଞ୍ଜିତା ପଣ୍ଡିତ(୫୦) ବୋଲି ଜଣାପଡିଛି। ସୂଚନା ମୁତାବକ ଗତ ୩ ତାରିଖରେ ରଞ୍ଜିତା ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ଶାନ୍ତିବଜାରସ୍ଥିତ ଜଗନ୍ନାଥ ମଲ୍ଟି ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ପିତକୋଷରେ ଷ୍ଟୋନ ହୋଇଛି ବୋଲି କହି ଅପରେଶନ କରିବାକୁ କହିଥିଲେ। ୪ ତାରିଖରେ ରଞ୍ଜିତାଙ୍କ ଅପରେସନ କରାଯାଇଥିଲା। ତେବେ ଅପରେସନ ପରେ ରଞ୍ଜିତାଙ୍କ ପରିସ୍ରା ବନ୍ଦ ହୋଇଯାଇଥିଲା। ହସ୍ପିଟାଲ ପକ୍ଷରୁ ପରିସ୍ରା କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ପରିସ୍ରା ହୋଇନଥିଲା। ତେତେ ରଞ୍ଜିତାଙ୍କ ଅସ୍ତ୍ରୋପଚାର କରିଥିବା ଡ଼ାକ୍ତର ତାଙ୍କ ବୃକକ ଖରାପ ଥିବା କହି ଶନିବାର ତାଙ୍କୁ ବଡ ମେଡିକାଲକୁ ରେଫର କରିଥିଲେ। ପରିବାର ଲୋକେ ୬ ତାରିଖରେ ରଂଜିତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ସେଠାରେ ରଞ୍ଜିତା ଚିକିତ୍ସାଧୀନ ଥିବା ଅବସ୍ଥାରେ ସୋମବାର ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ରଞ୍ଜିତାଙ୍କ ଯକୃତ ଓ ବୃକକ ଖରାପ ହୋଇଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେଠାରେ ଡାକ୍ତର କହିଥିଲେ। ଏନେଇ ସୋମବାର ରାତି ୧୧ଟାରେ ରଞ୍ଜିତାଙ୍କ ପୁଅ ହିମାଂଶୁ ଭୁଷଣ ପଣ୍ଡିତ ଜଗନ୍ନାଥ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲର କତୃପକ୍ଷ ପ୍ରଦୀପ୍ତ କୁମାର ସ୍ୱାଇଁ, ଭାବାନୀ ପଟ୍ଟନାୟକ ସମେତ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର କରିଥିବା ଡାକ୍ତର ସତ୍ୟ ଜେନାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଧର୍ମଶାଳା ଥାନାରେ ୭୪୨/୨୫ରେ ଏକ ମାମଲା ରୁଜୁ କରାଯିବା ସହ ମୃତ ମହିଳାଙ୍କ ଶବ ଜବତ କରାଯାଇ ଧର୍ମଶାଳା ଡାକ୍ତରଖାନାକୁ ବ୍ୟବଛେଦ ଲାଗି ପଠାଯାଇଥିଲା। ଆଜି ଶବବ୍ୟବଛେଦ ପରେ ମହିଳାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲୁରହିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଥି ସହିତ ପ୍ରଶାସନ ପକ୍ଷରୁ ନିର୍ଦେଶ ଆସିବା କ୍ଷଣି ମେଡିକାଲ ଉପରେ ଚଢାଉ କରାଯାଇ କାଗଜପତ୍ର ଜବତ କରାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି। ତେବେ ଏ ସଂପର୍କରେ ଜଗନ୍ନାଥ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ କତୃପକ୍ଷଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପରି ନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande